oom

ହାତିଆ ପଞ୍ଚାୟତ ଭବନରେ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ମାରଣ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବା ପାଇଁ ବୈଠକ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଅପରାହ୍ନରେ ଚକ୍ରଧରପୁର ବ୍ଲକ ଅନ୍ତର୍ଗତ ହାତିଆ ଗାଆଁରେ ଓଡ଼ିଆ ଭାଷାଭାଷୀ ଲୋକ ଏକାଠି ଜମା ହୋଇ ହାତିଆ ପଞ୍ଚାୟତ ଭବନରେ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ମାରଣ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବା ପାଇଁ ଜରୁରୀ ବୈଠକରେ ଉପସ୍ଥିତ ହୋଇଥିଲେ । ଶୋକ ଷଡ଼ଙ୍ଗୀ, ସତ୍ୟ ପ୍ରକାଶ କର, ଚିରଞ୍ଜିବି ପ୍ରଧାନ, ରୋହିତ ପ୍ରଧାନ ଆଦି ନିଜ ମନ୍ତବ୍ୟରେ କହିଲେ ଯେ, ଝାଡ଼ଖଣ୍ଡ ସରକାର ଯେଉଁ ଓଡ଼ିଆ ଭାଷାକୁ ଉଚ୍ଛେଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ତାହାକୁ ପ୍ରତିବାଦ କରିବା ପାଇଁ ଆମେ ମିଳିତ ଭାବେ ସମ୍ପୂର୍ଣ୍ଣ ଜିଲ୍ଲାରେ ଏକ ଗଣଆନ୍ଦୋଳନର ରୂପରେଖ ତିଆରି କରିବା । ହାତିଆ ଗ୍ରାମବାସୀ ଆନ୍ଦୋଳନ ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ମତପ୍ରକାଶ କରିଥିଲେ, ତା’ସହିତ ପ୍ରତ୍ୟେକ ଓଡ଼ିଆ ଗାଁରେ ହସ୍ତାକ୍ଷର ଅଭିଯାନ ଚଳାଇ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଲକ୍ଷାଧିକ ହସ୍ତାକ୍ଷର ଯୁକ୍ତ ଦାବୀପତ୍ର ଉପସ୍ଥାପନ ପାଇଁ ମଧ୍ୟ ଚେଷ୍ଟା ଚାଲିଛି । ଅତି ଶୀଘ୍ର ହସ୍ତାକ୍ଷର ସଂଖ୍ୟା ପଚାଶ ହଜାର ପାର କରିଯିବ ବୋଲି ଆଶା କରାଯାଉଛି ବୋଲି ସଭାରେ ଆଲୋଚନା ହୋଇଥିଲା ।

jittmm
Leave A Reply

Your email address will not be published.