jsm

ମାଣ୍ଡୋସିଲ ଜୁନିଅର କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପନୀ ଦିବସ ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଜୁନିୟର କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ତତ୍ୱାବଧାନ ଓ ଉଦବୋଧନରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରାଧ୍ୟାପିକା ପୁଷ୍ପାଞ୍ଜଳି ମହାପାତ୍ର ସଭାପତିତ୍ୱ କରିଥିଲେ ଓ ଏହା ପରିଚାଳନା କରିଥିଲେ ଅଧ୍ୟାପିକା ଜୟଶ୍ରୀ ମେହେର । ଉକ୍ତ ସଭାରେ ଅଧ୍ୟାପିକା ମାନେ ଆତ୍ମସୁରକ୍ଷା ବିଷୟରେ ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପ୍ରଶିକ୍ଷିକା ନନ୍ଦିନୀ ରାଉତ ଓ ସୋନାଲି ବିଶ୍ୱାଳ ଦୀର୍ଘ ୮ ଦିନ ଧରି ପ୍ରଥମ ବର୍ଷର ଛାତ୍ରୀମାନଙ୍କକୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ କରିଥିଲେ । ଏଥିରେ ତାଲିମ ନେଇଥିବା ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ସଭାରେ ଅଧ୍ୟାପକ ତେଜରାଜ ସାହୁ, ପରମେଶ୍ୱର ସାହୁ, ବୈବସୁତ ପ୍ରଧାନ, ରିପନ ସାହୁ, ଭେଙ୍କଟ ପ୍ରଧାନ, ଶଙ୍କର ମହାକୁର, ହେମନ୍ତ ବରିହା, ପ୍ରେମ ସାହୁ, ମହମ୍ମଦ ସାହିଦ, ଅଧ୍ୟାପିକା ବୀରେନ୍ଦ୍ରିକା ତାଣ୍ଡି, କର୍ମଚାରୀ ନରେଶ୍ୱର ସାହୁ, ମୁକେଶ ପ୍ରଧାନ, ନାରାୟଣ ଖୁଣ୍ଟିଆ, ଦେବରାଜ ମେହେର, ଅରକ୍ଷିତ ସରିଆ, ଖଗପତି ଭୋଇ, ତପନ ପ୍ରଧାନ, ଲାଲା ପଟେଲ, ଗୋବର୍ଦ୍ଧନ କୁମ୍ଭାର, ବିନୋଦ କୁମ୍ଭାର, ଦମୟନ୍ତୀ ରଣା ତଥା ଛାତ୍ରୀମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ସହଯୋଗରେ ଏହା ସଫଳ ହୋଇଥିଲା । ପରିଶେଷରେ ଅଧ୍ୟାପିକା ଅନାମିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.