ରଥ ନିର୍ମାଣ ପାଇଁ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପଠାଗଲା ପ୍ରଥମ ରଥ କାଠ

ନୟାଗଡ଼ : ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଶ୍ରୀଜୀଉମାନଙ୍କ ତିନି ରଥ ନିର୍ମାଣ ପାଇଁ ଶୁକ୍ରବାର ଅପରାହ୍ନରେ ନୟାଗଡ଼ ବନଖଣ୍ଡରୁ ୩ଟି ଟ୍ରକ ଯୋଗେ ମୋଟ ୧୦୪ ଖଣ୍ଡ କାଠ ପଠାଯାଇଛି । ସେଥିରୁ ଅଶନ କାଠ ୩୩ ଓ ଧଉରା କାଠ ୭୧ ଖଣ୍ଡ ସିଧାସଳଖ ପୁରୀକୁ ପଠାଯାଇଛି । ଦଶପଲ୍ଲା ଜଙ୍ଗଲରୁ ଏହି କାଠ ସଂଗ୍ରହ କରାଯାଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଶ୍ରୀ ମନ୍ଦିରର ପ୍ରଥା ଅନୁଯାୟୀ, ସରସ୍ଵତୀ ପୂଜା ପୂର୍ବରୁ ଶ୍ରୀ ରଥଖଳାରେ ପ୍ରଥମ ପର୍ଯ୍ୟାୟରେ ରଥ କାଠ ପହଞ୍ଚିବାର ବିଧି ଶ୍ରୀ ମନ୍ଦିରର ରହିଥିବା ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ସେଠାକୁ ଏହି କାଠ ପଠାଯାଇଥିବା ଜଣାପଡିଛି । ପଠାଯାଇଥିବା କାଠ ଗୁଡ଼ିକ ମଧ୍ୟରୁ ୧୨ ଫୁଟ ଲମ୍ବା ଓ ୩ ଫୁଟ ଗୋଲାଇର ୩୩ ଖଣ୍ଡ ଅଶନ କାଠ ରହିଥିବା ବେଳେ ୬୮ ଖଣ୍ଡ ଧଉରା ରହିଛି । ସେହିଭଳି ୨୦ଫୁଟ ଲମ୍ବା ଓ ୪ ଫୁଟ ଗୋଲାଇଟ ୩ ଖଣ୍ଡ ଅଶନ କାଠ ମଧ୍ୟ ରହିଛି । ଅବଶିଷ୍ଟ କାଠ ନୟାଗଡ଼ ବନଖଣ୍ଡରୁ ଅକ୍ଷିତୃତୀୟା ପୂର୍ବରୁ ପୁରୀକୁ ପଠାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.