ସମ୍ବଲପୁରରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ

ସମ୍ବଲପୁର : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସମ୍ବଲପୁରରୁ ତୀର୍ଥଯାତ୍ରା ଆରମ୍ଭ । ବୁଧବାର ସମ୍ବଲପୁର ରେଳ ଷ୍ଟେସନରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ବାହାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରୁଛନ୍ତି । ଏହି ସ୍ଵତନ୍ତ୍ର ଟ୍ରେନ୍ ସମ୍ବଲପୁରରୁ ବାହାରି ଆଗ୍ରା ମଥୁରା ବୃନ୍ଦାବନ ଦର୍ଶନ ସାରି ୯୭୪ ଜଣ ତୀର୍ଥଯାତ୍ରୀଙ୍କୁ ଧରି ଫେରି ଆସିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ବିଧାୟିକା ରାସେଶ୍ଵରୀ ପାଣିଗ୍ରାହୀ, ରେଙ୍ଗାଲି ବିଧାୟକ ନାଉରୀ ନାୟକ ଯୋଗଦାନ କରିଛନ୍ତି । ଜିଲ୍ଲାପାଳ ଅନନ୍ୟା ଦାସ ଯୋଗଦେଇ କିଭଳି ତୀର୍ଥଯାତ୍ରୀଙ୍କ ଅସୁବିଧା ନହେବ ସେଥିପ୍ରତି ନଜର ରଖିଥିବା କହିଛନ୍ତି ।

Leave A Reply

Your email address will not be published.