ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଲି ସହିତ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସଡକ ଦୁର୍ଘଟଣାର ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଆହୁରି ମଧ୍ୟ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବି ବଢ଼ି ଚାଲିଛି । ଦେଖିଲେ ମନେ ହୁଏ ଜନ ସଚେତନତା ତଥା ଟ୍ରାଫିକ ନିୟମର କଡାକଡି ପାଳନ ମାଧ୍ୟମରେ ହିଁ କେବଳ ଧନ ଜୀବନ ହାନିକୁ ରୋକାଯାଇ ପାରିବ । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡିଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା ସଚେତନତା ରେଲି ଆୟୋଜନ କରାଯାଇଥିଲା । ଡ୍ରାଇଭିଂ ଟ୍ରେନିଂ ସେଣ୍ଟରଠାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଏସ୍‌ପି ନିତିନ କୁଶଳକର ସବୁଜ ପତାକା ଦେଖାଇ ରେଲିକୁ ଉଦ୍‌ଘାଟନ କରିଥିଲେ । ବଲାଙ୍ଗିରର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ତଥା ଗାଡ଼ି ଶୋ’ରୁମର ଷ୍ଟାଫମାନଙ୍କ ସହିତ ପରିବହନ ବିଭାଗର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରି ବଲାଙ୍ଗିର ସହର ବୁଲି ଲୋକଙ୍କୁ ଟ୍ରାଫିକ ନିୟମ ସହିତ ଦୁର୍ଘଟଣାକୁ କିପରି ରୋକା ଯାଇ ପାରିବ ସେ ଉପରେ ସଚେତନତା କରିଥିଲେ । ସଡକ ସୁରକ୍ଷା ସଚେତନତା ସପ୍ତାହର ଏକ ସଚେତନତା ରଥ ମଧ୍ୟ ସହର ବୁଲିଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି, ଏସ୍‌ଡିପିଓ ତୋଫାନ ବାଗ, ଅତିରିକ୍ତ ପରିବହନ ଅଧିକାରୀ ପ୍ରଭାସ କୁମାର ବାଘଲା, ଅତିରିକ୍ତ ଏମ୍‌ଭିଆଇ କାହୁଁ ଚରନ ବାନହରା ଓ ଟିଆଇ ଯୋଶୋବନ୍ତ ଚିନରା ପ୍ରମୁଖ ଉପସ୍ଥିତ ଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!