ନେପାଳ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ : ୪୫ ଯାତ୍ରୀଙ୍କ ମୃତଦେହ ଉଦ୍ଧାର, ବିମାନରେ ୪ ଭାରତୀୟ ଥିବା ସୂଚନା

ନୂଆଦିଲ୍ଲୀ : ନେପାଳ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଏବେ ସୁଦ୍ଧା ୪୫ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୪ ଭାରତୀୟ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୟେତି ଏୟାରଲାଇନ୍ସର ବିମାନ କାଠମାଣ୍ଡୁରୁ ପୋଖରା ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଖରା ବିମାନ ବନ୍ଦରରେ ଅବତରଣ ପୂର୍ବରୁ ଏକ ପାର୍ବତ୍ୟ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନରେ ୬୮ ଜଣ ଯାତ୍ରୀଙ୍କ ସମେତ ୪ ଜଣ କ୍ରିଉ ମେମ୍ଵର ଥିଲେ । ସେତୀ ନଦୀ ପାର୍ଶ୍ଵରେ ଖସି ବିମାନଟି ହୁତୁହୁତୁ ହୋଇ ଜଳୁଛି । ଉଦ୍ଧାର କାର୍ଯ୍ୟରେ ନେପାଳ ସୈନ୍ୟବାହିନୀ, ପୋଲିସ ଏବଂ ସ୍ଥାନୀୟ ଲୋକ ନିୟୋଜିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.