csstore

ମା’ମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିଶୃତି ବଦ୍ଧ : ନିରଞ୍ଜନ ପୂଜାରୀ

  • ସୋନପୁର ବ୍ଲକ ମିଶନ ଶକ୍ତି ଗୃହର ଲୋକାର୍ପଣ କଲେ ସଂସଦୀୟ ବ୍ୟାପାର ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମା’ମାନେ ସଶକ୍ତ ହେଲେ ରାଜ୍ୟ ସଶକ୍ତ ହେବ, ମା’ମାନଙ୍କୁ ସମସ୍ତ କ୍ଷେତ୍ରରେ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି ସ୍ଥାନୀୟ ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ଉଦଘାଟନ କରି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଓଡିଶା ସଂସଦୀୟ ବ୍ୟାପାର ଓ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ । ମା’ମାନଙ୍କ ଗୋଷ୍ଠୀ ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଗୃହ ବିଶେଷ ସହାୟକ ହେବା ସହ ଏହା ଦ୍ୱାରା ମା’ମାନେ ବ୍ୟବସ୍ଥିତ ଓ ସୁରକ୍ଷିତ ଭାବେ ସେମାନଙ୍କର କାର୍ଯ୍ୟକ୍ରମକୁ ଆଗେଇ ନେଇ ଜିଲ୍ଲାର ତଥା ରାଜ୍ୟର ଅର୍ଥନୈତିକ ବିକାଶରେ ବିଶେଷ ସହାୟକ ହୋଇପାରିବେ । ପ୍ରାୟ ୫୦ ଲକ୍ଷ ଟଙ୍କା ଅର୍ଥ ଅନୁଦାନ ବ୍ୟୟରେ ଏହି ବ୍ଲକ ମିଶନ ଶକ୍ତି ଗୃହର ନିର୍ମାଣ କରାଯାଇଥିବା ସୂଚିତ କରାଯାଇଛି । ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅଧିକ୍ଷଣ ଯନ୍ତ୍ରୀ ପିଡବ୍ଲୁଡି ଦାମୋଦର କୈବର୍ତ୍ତ, ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ବିଡିଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ଡିପିସି ମିଶନ ଶକ୍ତି କାର୍ତ୍ତିକ ନାୟକ, ଡିଏସ୍‌ଡବ୍ଲୁଓ ରେଣୁବାଳା ଦାଶ, ସିଡିପିଓ ନିବେଦିତା ସରାଫ, ବ୍ଲକ ମିଶନ ଶକ୍ତି ଫେଡେରେସନ କର୍ମକର୍ତ୍ତା, ବିଭିନ୍ନ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ଜିଲ୍ଲାର ବିଭିନ୍ନ ପିଆର୍‌ଆଇ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.