csstore

ସଇଁନ୍ତଲାରେ ବିବେକାନନ୍ଦଙ୍କ ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବିବେକାନନ୍ଦ ପାଠାଗାର ଆନୁକୂଲ୍ୟରେ ହାଟପଦା ଠାରେ ମହା ସମାରୋହରେ ବିବେକାନନ୍ଦ ଜୟନ୍ତୀ ଓ ବିବେକାନନ୍ଦ ପାଠାଗାରର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ମୁଖ୍ୟବକ୍ତା ଭାବରେ ଟିଟିଲାଗଡ଼ ଡ଼ିଏଭି କଲେଜର ଅଧ୍ୟାପିକା ବନ୍ଦନା କର, ସଭାପତି ଭୀମସେନ ସ୍ୱାଇଁ, ସମ୍ପାଦକ ହେମସାଗର ସାହୁ ମଞ୍ଚାସୀନ ଥିଲେ । ପରେ ମୁଖ୍ୟ ପୂଜକ ବିକ୍ରମ ମିଶ୍ରଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ସ୍ୱାମୀ ବିବେକାନନ୍ଦଙ୍କଠାରେ ଦୀପ ପ୍ରଜ୍ଜଳନ କରି ସାରିବା ପରେ କୁନି ଝିଅ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ । ସମ୍ପାଦକ ହେମସାଗର ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ସରୋଜ କୁମାର ବୈଠାରୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଦିଲୀପ କୁମାର ବଗର୍ତ୍ତୀ ସଭା ସଂଯୋଜନା କରିଥିଲେ । ସଇଁତଲା ମାଟି ଝିଅ ଓଏଏସ୍‌ ଐଶ୍ଚର୍ଯ୍ୟା ରାଣୀ ପୃସେଠ୍, ଓଓଏଏସ୍‌ ଚିନ୍ମୟ ମହାନନ୍ଦଙ୍କୁ ସମ୍ମାନିତ କରିବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟ ଟପ୍ପର ଚେତନା ଜୈନ, ସ୍ମୃତିରାଣୀ ସାହୁ, ଖୁସବୁ ସାହୁ, ସିମରନ ବୈଠାରୁ ଶିକ୍ଷକ ଗୌରାଙ୍ଗ ଚରଣ ସାହୁ, କରାଟେ ଶିକ୍ଷକ ଅଶୋକ ନାଗ, ବୈଷ୍ଣବ ରାଜପଳିଆଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ପାଠାଗାରର ବରିଷ୍ଠ ସଦସ୍ୟ ଗୋସ୍ୱାମୀ ମହାନନ୍ଦ, ଶେଷଦେବ ଯାନୀ, ଲଷ୍ମୀନାରାୟଣ ସାହୁ, ନାରାୟଣ ଜାଲ, ବନବିହାରୀ ସାହୁ, ପ୍ରଶାନ୍ତ ବଗର୍ତ୍ତୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ କ୍ଷେତ୍ରପତି ଜାଲ ଓ ଡାକ୍ତର ବିଶ୍ୱଜିତ ମିଶ୍ର ସଂଯୋଜନା କରିଥିଲେ । ପରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ହୋଇଥିବା ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ କିଶନ ଅଗ୍ରୱାଲ, ଗୁଣସାଗର ମାଝୀ, ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ବ୍ୟଙ୍ଗକବି ପ୍ରମୋଦ ବୈଠାରୁ, ବେନିଆବିନ ତାଣ୍ଡି, କୈଳାସ ଜାଲ, ରୋହିତାଶ୍ୱ ନାଗ, ରାଜେଶ ସାହୁ, ସନ୍ତୋଷ ବିଶ୍ୱାଳ, ଅଶ୍ୱିନୀ ବୈଠାରୁ, ବିନୟ ଭୋଇ, ସୁବାଷ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସହ ସମ୍ପାଦକ ଗୋପେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.