ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ପ୍ରଥମ ବର୍ଷର ୧୦୮ ଜଣ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଡ. ଶରତ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ ସମାବେଶରେ ବରିଷ୍ଠ ଅଧ୍ୟାପକ ସରୋଜ କୁମାର ବଳିୟାରସିଂହ, ଅତୁଲ କୁମାର ଦାଶ, ସୁକାନ୍ତ କୁମାର ପଣ୍ଡା, ମନୋରଞ୍ଜନ ରଣସିଂହ ଅଧ୍ୟାପିକା ସ୍ନେହାଞ୍ଜଳି ମହାନ୍ତି, ସୌଭାଗିନୀ ପାଢ଼ୀ ପ୍ରମୁଖ ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ଓ ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ । ସଂଯୋଜିକା ତଥା ଅଧ୍ୟାପିକା ତନ୍ମୟୀ ମହାପାତ୍ର ଆତ୍ମରକ୍ଷା କୌଶଳ ଶିବରରେ ସମୟାନୁବର୍ତ୍ତିତା ଶୃଙ୍ଖଳା, ଆକ୍ରମଣ ଓ ପ୍ରତିଆକ୍ରମଣ କୌଶଳ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଶିକ୍ଷିକା ତପସ୍ୱିନୀ ମହାପାତ୍ର ତାଲିମ ପ୍ରଦାନ ଆରମ୍ଭ କରିଥିଲେ । ଜାନୁୟାରୀ ୧୨ରୁ ୨୧ ଅନୁଷ୍ଠିତ ହେଉଥିବା ଏହି ୮ ଦିନିଆ ଶିବିରରେ ପ୍ରତ୍ୟହ ସକାଳ ୮.୩୦ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଉଥିବା ଅଧ୍ୟକ୍ଷ ଡ. ବିଶ୍ୱାଳ ସୂଚନା ଦେଇଥିଲେ ।

Leave A Reply

Your email address will not be published.