ବ୍ରହ୍ମପୁର ଏମ୍କେସିଜି ପିଜି ଡାକ୍ତରୀ ଛାତ୍ରମାନଙ୍କ ଦୋରାତ୍ମ୍ୟ : ବିନା କାରଣରେ ଜଣେ ଯୁବକକୁ ନିର୍ଦ୍ଧୁମ ମାଡ଼ ମାରି ରକ୍ତାକ୍ତ କରିଥିବା ଅଭିଯୋଗ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମ୍କେସିଜି ପିଜି ଡାକ୍ତରୀ ଛାତ୍ରମାନେ ବିନା କାରଣରେ ଜଣେ ଯୁବକକୁ ନିର୍ଦ୍ଧୁମ ମାଡ଼ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗର୍ଭବତୀ ଭଉଣୀର ସଠିକ୍ ଚିକିତ୍ସା ହେଉନଥିବା ସହ ଡାକ୍ତର ଲେଖିଥିବା କାଗଜ ବିଷୟ ନେଇ ପଚାରିବା ବେଳେ ସହରର ଜଣେ ଯୁବକ ଚିକୁନ ମୁନୀଙ୍କୁ ଏମ୍କେସିଜି ପିଜି ଡାକ୍ତରୀଛାତ୍ର ମାନେ ଗତକାଲି ବିନା କାରଣରେ ନିର୍ଧୁମ ମାଡ଼ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ଡାକ୍ତରଙ୍କୁ ସମ୍ମାନ ଦେଖାଇ ହାତ ଯୋଡ଼ୁଥିବା ବେଳେ ମଧ୍ୟ ପୋଲିସ ସମ୍ମୁଖରେ ପିଜି ଡାକ୍ତରୀଛାତ୍ର ମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପଟେ ଡାକ୍ତରୀ ଛାତ୍ରମାନେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ମାଡ଼ ମାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏବେ ବାଧ୍ୟ ହୋଇ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଖବର ମିଳିଛି । ଅନ୍ୟପକ୍ଷରେ ଯୁବକ ଜଣକ ଅଯଥାରେ ମାଡ଼ ଖାଇଥିବା ଯୋଗୁଁ ସେ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଏବେ ଡାକ୍ତରୀ ଛାତ୍ରମାନଙ୍କୁ ପୋଲିସ ଗିରଫ କରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି ।