csstore

କର୍ଲାମୁଣ୍ଡା ବ୍ଲକ ଆଶାକର୍ମୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଆଶାକର୍ମୀ ସଂଘର ବାର୍ଷିକ ଅଧିବେଶନ ଶାନ୍ତିବନଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାନେତ୍ରୀ ବବିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼. ଆଶିଷ ଧରୁଆ, ଜନ ସ୍ୱାସ୍ଥ୍ୟ ଅଧିକାରୀ କିଶୋର ଦାଶ, ବିପିଏମ ଅଜିତ ସିଂ କୁମାର, ବିଡିଏମ ବିଶ୍ୱଜିତ ମହାନ୍ତି, ବାଡା ପ୍ରତାପ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଭାକୁ ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ପରିଚାଳନା କରିଥିଲେ । ଏହି ଅବସରରେ ଏକ ଅନ୍ତାକ୍ଷରୀ ଓ ଚୌକିବସା ପ୍ରତିଯୋଗିତା ଆଶା କର୍ମୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବାବୁଲା ସାହୁ, ଚୂଡ଼ାମଣି ସାହୁ, ଶେଷ, ଶଙ୍କର, ପ୍ରଭାକରଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ । ଏଥିରେ ବ୍ଲକର ପ୍ରାୟ ସମସ୍ତ ଆଶା ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.