ବଉଳା କୁମ୍ଭୀର ଗଣନା ପାଇଁ ପ୍ରଶିକ୍ଷଣ ଶିବିର

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀ ନାଳ ଗୁଡିକରେ ଥିବା ବଉଳା କୁମ୍ଭୀରମାନଙ୍କ ଗଣନା ପାଇଁ ବନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସୋମବାର ଠାରୁ ୧୨ ତାରିଖ ଯାଏଁ କୁମ୍ଭୀର ଗଣନା କରାଯିବ ଓ ୧୪ ତାରିଖ ଦିନ ଗଣନା ପକ୍ରିୟା ଶେଷ ହେବ । ସେଥିପାଇଁ ଜାନୁୟାରୀ ୪ ରୁ ୧୪ ତାରିଖ ଯାଏଁ ୧୧ଦିନ ଧରି ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ପ୍ରତିବର୍ଷ କୁମ୍ଭୀର ଗଣନା ହେଉଥିବା ପାରମ୍ପାରିକ ପଦ୍ଧତି ସହିତ ପଲିଗନ ସର୍ଚ୍ଚ ମୋବାଇଲ ଆପରେ କୁମ୍ଭୀର ଗଣନା କରାଯିବାକୁ ସ୍ଥିର କରାଯାଇଛି । ଦିନରେ ପଲିଗନ ସର୍ଚ୍ଚ ଆପ୍ ଓ ରାତିରେ ପାରମ୍ପାରିକ ମେଥଡରେ କୁମ୍ଭୀର ଗଣନା କରାଯିବ ।

Leave A Reply

Your email address will not be published.