ppurohit

ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦର ୧୮ତମ ପ୍ରତିଷ୍ଠା ଦିବସ

2nd

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ବରିଷ୍ଠ ନାଗରିକ ପରିଷଦର ୧୮ତମ ପ୍ରତିଷ୍ଠା ଦିବସ ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲିଙ୍ଗରାଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ବିଡ଼ିଓ ଜସ୍ମିନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀଦେବୀ ଓ ଗଞ୍ଜାମ ଏନଏସି ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଉଦ୍‌ଘାଟନ କରିଥିଲେ । ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ବରିଷ୍ଠ ନାଗରିକ ଆମ ପାଇଁ ପଥପ୍ରଦର୍ଶକ ଦେଶର ମେରୁଦଣ୍ଡ ଦେଶ, ରାଜ୍ୟ, ଗ୍ରାମ, ଗଠନ କରିବା ସେମାନଙ୍କର ଭୂମିକା ଅତୁଟନୀୟ ବୋଲି ବିଡ଼ିଓ ଶ୍ରୀ ପ୍ରଧାନ କହିବା ସହ ସେମାନଙ୍କର ଉପଦେଶ ବିଭିନ୍ନ କ୍ଷେତ୍ରରେ ବହୁତ କାର୍ଯ୍ୟକାରୀ ହେବ ବୋଲି ବିଡ଼ିଓ କହିଥିଲେ । ଏପରି ଏକ ଅନୁଷ୍ଠାନକୁ ଆସି ମୁଁ ଗୌରବାନ୍ୱିତ ମନେ କରୁଛି ବୋଲି ବିଡ଼ିଓ ଶ୍ରୀ ପ୍ରଧାନ କହିଥିଲେ । ବରିଷ୍ଠ ନାଗରିକ ପରିଷଦମାନଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦେବୀ ଅନୁଷ୍ଠାନ ପାଇଁ ତାଙ୍କର ସହଯୋଗ ଜାରି ରହିବ ବୋଲି ମତ ଦେଇଥିଲେ । ବରିଷ୍ଠ ନାଗରିକଙ୍କ ଉପଦେଶ ଆମ ଏନଏସି ପାଇଁ ବେଶ ଉପଯୋଗୀ । ଗଞ୍ଜାମ ବରିଷ୍ଠ ନାଗରିକ ବେଶ ଗତିଶୀଳ ବୋଲି ମତ ରଖିଥିଲେ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର । ଏନଏସି ପକ୍ଷରୁ ସହଯୋଗ ଜାରି ରହିବ ବୋଲି କହିଥିଲେ । ବରିଷ୍ଠ ସଦସ୍ୟ ବିଶ୍ଵନାଥ ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପ୍ରତିଷ୍ଠାତା ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତି ଉପରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave A Reply

Your email address will not be published.