pakka

ରାଜ୍ୟପାଳଙ୍କ ଦ୍ୱାରା ଡ଼. ସୁରେନ୍ଦ୍ର ମେହେରଙ୍କ ବାନ୍ଧକଳା ଉନ୍ମୋଚିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବାନ୍ଧ ଶିଳ୍ପୀ ଡ଼. ସୁରେନ୍ଦ୍ର ମେହେର ଦୀର୍ଘ ଦେଢ଼ ବର୍ଷ ପର୍ଯ୍ୟନ୍ତ ପରିଶ୍ରମ କରି ବାନ୍ଧକଳାରେ ସ୍ଵଭାବ କବିଙ୍କ ମହନୀୟ କାବ୍ୟ ‘ମହିମା’କୁ ୪୦ ଇଞ୍ଚ ଚଉଡା ଓ ୨୭ ଫୁଟ ଲମ୍ବରେ ତିଆରି କରିଛନ୍ତି । ବାନ୍ଧକଳାରେ ଏତେ ଲମ୍ବର ଏକ ୱାଲ ହେଂଗିଙ୍ଗ ତିଆରି କରିବା ଏକ ନୂତନ ରେକର୍ଡ ଅଟେ । ଉକ୍ତ ୱାଲ ହେଂଗିଙ୍ଗକୁ ଆଜି ଭୁବନେଶ୍ୱର ରାଜଭବନଠାରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ଼. ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚନ ହୋଇଛି । ଏହି ସୁଅବସରରେ ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକ ଲଷ୍ମୀ ନାରାୟଣ ବସ୍କି, ରାଜ ଭାବନର ସୂଚନା ଅଧିକାରୀ ତଥା ବିଶିଷ୍ଟ କବି ରକ୍ଷକ ନାୟକ ଏବଂ ଡ଼. ମେହେରଙ୍କ ପୁତ୍ର ତନ୍ମୟାନନ୍ଦ ମେହେର ଉପସ୍ଥିତ ଥିଲେ । ଏହି ଅବସରରେ ଡ଼. ମେହେର ନିଜେ ତିଆରି କରିଥିବା ପ୍ରଭୁ ଗଣେଶଙ୍କ ଏକ ୱାଲ ହେଂଗିଙ୍ଗ, ମହାମହିମ ରାଜ୍ୟପାଳଙ୍କୁ ଉପହାର ପ୍ରଦାନ କରିଥିଲେ । ରାଜ୍ୟପାଳ ବାନ୍ଧକଳାର ଭୁୟସୀ ପ୍ରଶଂସା କରିବା ସଂଗେ ସଂଗେ କେତୋଟି ତାଙ୍କ ଦ୍ୱାରା ଲିଖିତ ମୂଲ୍ୟବାନ ପୁସ୍ତକ ଡ଼. ମେହେରଙ୍କୁ ଉପହାର ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ଗତ ମାସକ ମଧ୍ୟରେ, ଡ଼. ମେହେର, ତାଙ୍କ ଦ୍ୱାରା ପ୍ରସ୍ତୁତ, ଭୀମଭୋଇଙ୍କ କାଳଜୟୀ କବିତା, ‘ପ୍ରାଣୀଙ୍କ ଆରତ…..’, ଉତ୍କଳମଣି ଗୋପବନ୍ଧୁଙ୍କ ଚିତ୍ର, ଓଡିଶାର ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକଙ୍କ ଚିତ୍ର ବାନ୍ଧ କଳାରେ ତିଆରି କରି ଯଥାକ୍ରମେ ଓଡିଶା ଗସ୍ତରେ ଆସିଥିବା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଟକଠାରେ ଥିବା ଗୋପବନ୍ଧୁ ଭବନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅର୍ପଣ କରି ବହୁଳ ଭାବରେ ଚର୍ଚିତ ହୋଇଛନ୍ତି । ଡ଼. ମେହେରଙ୍କ ଏହି ଅମୁଲ୍ୟ ଅବଦାନ, ବିଶ୍ୱ ପ୍ରସିଦ୍ଧ ବାନ୍ଧକଳା ଜଗତକୁ ନିଶ୍ଚିତ ଭାବରେ ସମୃଦ୍ଧ କରିବ ।

jay balangir
Leave A Reply

Your email address will not be published.

1 × 5 =