csstore

ଜେଏସ୍ଏମ୍ ବାଣିଜ୍ୟ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ୟୁଥ୍ ରେଡକ୍ରସ୍‌ର ୟୁନିଟ୍ ଉଦ୍‌ଘାଟନ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍ଏମ୍ ବାଣିଜ୍ୟ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ୟୁଥ୍ ରେଡକ୍ରସ୍‌ର ଜିଲ୍ଲା ସଂଯୋଜକ ତଥା ସଂସ୍କୃତ ପ୍ରଫେସର ଯୁଧିଷ୍ଠିର ମହାବିଦ୍ୟାଳୟର ଡକ୍ଟର ଦୈତାରୀ ପୂଜାରୀ, କଲେଜ ପ୍ରିନ୍ସିପାଲ୍ ଶ୍ରୀମତୀ ଚେତନା ଅଗ୍ରୱାଲ, ପ୍ରଶାସନିକ ଅଧିକାରୀ ଶୈଲେସ କୁମାର ପାଲ, ଅଧ୍ୟାପିକା ମୋନିକା ଜସୱାଲ, ଭୂମିକା ଜୈନ୍, ହିମାନୀ ତ୍ରିପାଠୀ, ସ୍ଥିତି ପୁରୋହିତ, ତନୁଜା ମିଶ୍ର ଓ ପିଟି ଶିକ୍ଷକ ନିରୋଜ କୁମାର ମିଶ୍ର ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱଳନ ସହିତ ୟୁଥ୍ ରେଡକ୍ରସ୍‌(ୱାଇଆର୍‌ସି) ୟୁନିଟ୍ ଉଦ୍‌ଘାଟନ କରାଯାଇଛି । ପ୍ରଫେସର ଯୁଧିଷ୍ଠିର ୟୁଥ୍ ରେଡକ୍ରସ୍‌(ୱାଇଆର୍‌ସି) ଉପରେ ପ୍ରେରଣା ଓ ସଚେତନତା ସୃଷ୍ଟି କରିଥିଲେ ଏବଂ ଉଲ୍ଲେଖନୀୟ ଉଦାହରଣ ପ୍ରକାଶ କରି କଲେଜର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କଲେଜର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା ମଧ୍ୟ କଲେଜର ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ଏଥି ନିମନ୍ତେ ଉତ୍ସାହିତ କରିବା ସହିତ ୟୁଥ୍ ରେଡକ୍ରସ୍‌ର ୟୁନିଟ୍ ଉଦ୍‌ଘାଟନରେ ଆପଣା ଖୁସି ବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.