oom

ମା’ ଦ୍ୱାରସେହ୍ନି ଫୁଟବଲ ଟୁର୍ଣ୍ଣାମେଣ୍ଟ : ପତ୍ରାପାଲି ଚମ୍ପିୟାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ମା’ ଦ୍ୱାରସେହ୍ନି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।ଫାଇନାଲ ମ୍ୟାଚ ପତ୍ରାପାଲି ଓ ଚଲକୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପତ୍ରାପାଲି ଦଳ ବହୁତ ସୁନ୍ଦର ଖେଳର ପ୍ରଦର୍ଶନ କରି ୩-୧ ଗୋଳରେ ବିଜୟୀ ହୋଇ ଚମ୍ପିୟାନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସମ୍ମାନୀୟ ଅତିଥି ଭାବେ ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ପୂର୍ବତନ ସମିତି ସଭ୍ୟ ଧନୁ ଥନାପତି, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସଭାପତି ମଂଜେଶ ମେହେର, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ଦେଢଗାଁ ସରପଞ୍ଚ ଜୋସିଏଲ୍‌ ସେନାପତି, ଯୁବନେତା ନିତ୍ୟାନନ୍ଦ ପୃଷେଠ, ଗନ୍ଧର୍ଲା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ଜାଲ, ଭୁସଲାଡ଼ ସରପଞ୍ଚ ଦୀପକ ଛୁରା, ଚାନ୍ଦୋତରା ସମିତି ସଭ୍ୟଙ୍କ ପ୍ରତିନିଧି ଘାସିରାମ ସାହୁ ପ୍ରମୁଖ ଯୋଗଦେଇ ବିଜେତା, ଉପବିଜେତା ଓ ସଫଳ ଖେଳାଳିମାନଙ୍କୁ ଟ୍ରଫି ଗୁଡିକ ପ୍ରଦାନ କରିଥିଲେ । ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ବୁଲୁ ମାଝି ଓ ଡିସେମ୍ବର ଭୋଇ ଲାଇନରେ ସହଯୋଗ କରିଥିଲେ । ଆଲୋକ ସାହୁ, ଅମୁଲ୍ୟ ସିଂଦେଓ ଓ ଘାସି ରଣା ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆୟୋଜକ କମିଟି ଜୟ ମା’ ଦ୍ୱାରସେହ୍ନି ଫୁଟବଲ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.