ବଡ଼ଦିନରେ ବିଭିନ୍ନ ସ୍ଥାନର ଚର୍ଚ୍ଚ ବୁଲିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ଦ୍ଵାରା ପବିତ୍ର ବଡ଼ଦିନ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବଠର୍ଲା ସତ୍ୟମାର୍ଗ ଚର୍ଚ୍ଚ ଠାରେ ବଡ଼ଦିନ ପର୍ବରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ କେକ କାଟି ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । ଖ୍ରୀଷ୍ଟ ଧର୍ମାବଳମ୍ବୀ ପାଷ୍ଟର ରାଜୁ ସାଗର, ସୁରେନ୍ଦ୍ର ସିଂ, ପ୍ରେମ ଚନ୍ଦ୍ର ସିଂ, ପ୍ରକାଶ ସିଂ, ରାଜେଶ ସିଂ, ଅମରେନ୍ଦ୍ର ନନ୍ଦ, ଜୋସିଏଲ୍‌ ସେନାପତି ତଥା ଶତାଧିକ ଖ୍ରୀଷ୍ଟ ଧର୍ମାବଳମ୍ବୀ ପରିବାର ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ସଞ୍ଜୟ ସିଂ ଦେଓ, ପ୍ରଦୀପ ଜାଲ, ଜିତେନ୍ଦ୍ର ବଛା, ଘାସିରାମ ସାହୁ ଓ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ । ବ୍ଲକର ବଠର୍ଲା, ତୁରକେଲା, ବଡ଼ପରା, ଶ୍ରୀରାମ, ଗନ୍ଧର୍ଲା, ଟିଟିସିଲେଟ, ଚିନ୍ଦାଗୁଡା, ଝଳପ, ଦେଢ଼ଗାଁ ପାଇଁ ପ୍ରଭୃତି ଗାଁରେ ବଡ଼ଦିନ ପର୍ବ ଅନୁଷ୍ଠିତ ହୋଇଛି । ଦୁଇ ବର୍ଷ କରୋନା କଟକଣା ପରେ ଏ ବର୍ଷ ଭଜନ କୀର୍ତ୍ତନ କରାଯାଇ ପାଳିତ ହୋଇଯାଇଛି । ଏଥିରେ ବିଭିନ୍ନ ଗାଁର ଲୋକେ ସହଯୋଗ କରିଥିଲେ ।

Leave A Reply

Your email address will not be published.