csstore

ଛେଲିଆପାଟ ଏମ୍‌.ଇ ସ୍କୁଲ ଭରସୁଜାର ସପ୍ତମ ଶ୍ରେଣୀ ୧୯୯୩-୯୪ ବ୍ୟାଚ୍‌ର ବନ୍ଧୁ ମିଳନ

ଆଗଲପୁର, (କେପିଏନ୍‌ଏସ୍‌) : ଛେଲିଆପାଟ ଏମ୍‌.ଇ ସ୍କୁଲ ଭରସୁଜାର ସପ୍ତମ ଶ୍ରେଣୀ ୧୯୯୩-୯୪ ବ୍ୟାଚ୍‌ର ବନ୍ଧୁ ମିଳନ ଭରସୁଜା ଗ୍ରାମ ସ୍ଥିତ ଆମ୍ବ ତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଏହି ବ୍ୟାଚ୍‌ରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଏକଜୁଟ ହୋଇ ବଣଭୋଜିର ଆୟୋଜନ କରି ଏକ ନିଆରା ବନ୍ଧୁ ମିଳନର ଆୟୋଜନ କରିଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ଉକ୍ତ ବଣଭୋଜିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଅବସରରେ ପୁଷ୍ପାଞ୍ଜଳି ସାହୁ, ମାମିନା ସ୍ୱାଇଁ, ସୁନିତା ପାତ୍ର, ମଞ୍ଜରି ସାହୁ, ଭାରତୀ ପାତ୍ର, ମମତା ପାତ୍ର, ଡିଲେଶ୍ୱରୀ ପାତ୍ର, ଦେବକୀ ଷାଣ୍ଢ, କୁମୋଦିନୀ ସେଠ୍‌, ଦଶମୀ ସାହୁ, ପ୍ରିୟଙ୍କା ପଧାନ, ସସ୍ମିତା ପାତ୍ର, ନଳିନୀ ପାତ୍ର, ବୀଣା ବଗର୍ତ୍ତୀ, ରିନା ବଗର୍ତ୍ତୀ, ନିରୁପମା ପାତ୍ର, ଗୋପାଳ ପଧାନ, ଆନନ୍ଦ ସେଠ୍‌, ମିଷ୍ଟର କେଶରାଲ, କନିଷ୍ଠ ବାଗ୍‌, ଯାଦବ ପ୍ରଧାନ, ଭୁବନେଶ୍ୱର ସାହୁ, ପବିତ୍ର ପୁଟେଲ, ଅରୁଣ ପାତ୍ର, ପାଣ୍ଡବ ପାତ୍ର, ଧୃବ ପଟେଲ, ପ୍ରତାପଚନ୍ଦ୍ର ଭୋଇ, ବରୁଣ ଭୋଇ, କେଶବ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.