ବହଲପଦର ପଂଚାୟତରେ ମାହେଶ୍ୱରୀର ନୂତନ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁଇଁନ୍ତଲା ବ୍ଲକର ବହଲପଦର ପଂଚାୟତରେ ପ୍ରଥମ କରି ଯୁବପିଢିଙ୍କୁ ସମାଜ ସେବା ପାଇଁ ସେବା ମନବୃତ୍ତିରେ ମାହେଶ୍ୱରୀ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ବହଲପଦର ପଂଚାୟତ କାର୍ଯ୍ୟାଳୟରେ ଅଙ୍କୁଶ କୁମାର ପାଣ୍ଡିିଆଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠତ ହୋଇଥିଲା । ଏହି କ୍ରମରେ ଅଙ୍ଗଦ ପ୍ରଧାନଙ୍କୁ ସଂଯୋଜକ ଓ ରିଙ୍କୁ ମହାକୁରଙ୍କୁ ସହ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ଆଗାମୀ ଦିନରେ ପୁଇଁନ୍ତଲା ବ୍ଲକରେ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଉଦ୍ଦେଶ୍ୟ କେବଳ ଅଧିକରୁ ଅଧିକ ଅସହାୟଙ୍କ ସେବା, ଏହି ପଦକ୍ଷେପକୁ ସରପଞ୍ଚ ଅହୈତ କର୍ଣ୍ଣ ତାଙ୍କର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମାହେଶ୍ୱରୀ ସଂଗଠନର ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

15 − six =