csstore

କଂଟାବାଂଜି ଜିଲ୍ଲା ଦାବୀ ପ୍ରସଙ୍ଗ : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଭେଟିଲା ଜିଲ୍ଲା ସଂଘର୍ଷ ସମିତି, ସମର୍ଥନ ଜଣାଇଲେ ବିଧାୟକ ସାଲୁଜା

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ନିର୍ବାଚନ ମଣ୍ଡଳୀର କଂଟାବାଂଜି ଏନଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ୩ ଗୋଟି ବ୍ଲକକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ଦାବୀ ନେଇ ଜିଲ୍ଲା ସଂଘର୍ଷ ସମିତି ଦାବୀ କରିଆସିଛି । କଂଟାବାଂଜି ଜିଲ୍ଲା ଦାବୀକୁ ଯଥାର୍ଥ ଦର୍ଶାଇ ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲଙ୍କ ନେତୃତ୍ୱରେ ରବିବାର ସଂଧ୍ୟାରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଏକ ପ୍ରତିନିଧି ଦଳ ତାଙ୍କ ଅଫିସରେ ସାକ୍ଷାତ କରିଛନ୍ତି । ପ୍ରତିନିଧି ଦଳ ତରଫରୁ କଂଟାବାଂଜିକୁ କାହିିଁକି ସ୍ୱତନ୍ତ୍ର ଜିଲ୍ଲା ଦାବୀ କରାଯାଇଛି ତାର ସମସ୍ତ ଭୌଗୋଲିକ ମାନଚିତ୍ର ସହ ବିଭିନ୍ନ ଯୁକ୍ତିଯୁକ୍ତ କାଗଜାଦ ଉପସ୍ଥାପନ କରାଯାଇଛି । ଏଥିରେ ବିଧାୟକ ସାଲୁଜା ସନ୍ତୁଷ୍ଟି ପ୍ରକାଶ କରି କଂଟାବାଂଜି ଉପଯୁକ୍ତ ବୋଲି ନିଜ ମତ ଦେଇଥିବା ସହିତ ଆସନ୍ତା ଦିନରେ ସମସ୍ତ ପ୍ରକାର ସହଯୋଗ କରିବା ସହିତ ସରକାରଙ୍କଠାରେ ନିଜର ଦାବୀ ରଖିବେ ବୋଲି ସଂପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ବିଧାୟକ ସାଲୁଜାଙ୍କ ଜିଲ୍ଲା ଦାବୀ ସମର୍ଥନକୁ ଜିଲ୍ଲା ସଂଘର୍ଷ ସମିତି ସ୍ୱାଗତ କରିବା ସହିତ ବୁଦ୍ଧିଜୀବୀ ମଧ୍ୟ ବିଧାୟକ ସାଲୁଜାଙ୍କୁ ସାଧୁବାଦ ଜଣାଇଛନ୍ତି । ବିଧାୟକ ସାଲୁଜାଙ୍କ ସହ ନଗରପାଳ ବରିୟାମ ସିଂ ସାଲୁଜା ଏବଂ ଜିଲ୍ଲା ସଂଘର୍ଷ ସମିତିର ସଂପାଦକ ଦୁଃଖିଶ୍ୟାମ ଗୁରୁ, କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ନବଲ କିଶୋର ଶର୍ମା, ପ୍ରଫୁଲ୍ଲ କୁମାର ନାୟକ, ରସିଆ ନନ୍ଦ ରାଏ, ନରେନ୍ଦ୍ର ସୁନା, କୈଲାଶ ଦୀପ, ବିଦେଶି ବେହେରା, ଅଜୟ ଅଗ୍ରୱାଲ, ସଂଜୟ ଗାନ୍ଧୀ ଅଗ୍ରୱାଲ, କୁଞ୍ଜ ବିହାରି ବେହେରା ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ଥିଲେ ।

jayashree
Leave A Reply

Your email address will not be published.