oom

ବଲାଙ୍ଗିରର ଏକମାତ୍ର ବି.ଇଡି. କଲେଜ ଓ ୩୭୫ ଗୋଟି ସରକାରୀ ସ୍କୁଲ ବନ୍ଦ ବିରୋଧରେ ଏଆଇଡିଏସ୍‌ଓ.ର ବିକ୍ଷୋଭ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏଆଇଡିଏସ୍‌ଓ ବଲାଙ୍ଗିର କମିଟି ତରଫରୁ ରାଜ୍ୟ ସରକାରଙ୍କର ସରକାରୀ ସ୍କୁଲ ଏକକୀକରଣ ନାଁରେ ବଲାଙ୍ଗିର ଜିଲ୍ଲାର ୩୭୫ଟି ସରକାରୀ ବିଦ୍ୟାଳୟ ଏବଂ ଜିଲ୍ଲାର ଏକମାତ୍ର ବି.ଇଡି କଲେଜ ବନ୍ଦ ବିରୁଦ୍ଧରେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟର ସମୁଦାୟ ୧୪୦୦୦ ସ୍କୁଲ ବନ୍ଦ ହେବାକୁ ଯାଉଛି । ଭିତ୍ତିଭୂମିର ଅଭାବ ଓ ଅଧ୍ୟାପକ ଅଭାବ ଆଳରେ ସରକାର କେବଳ ଶିକ୍ଷାର ଘରୋଇ କରଣ ତଥା ବ୍ୟବସାୟୀକରଣକୁ ପ୍ରୋତ୍ସାହନ ଦେଉଥିବା ଏଆଇଡିଏସଓ କହିଛି । ଆହୁରି ଏହା ଫଳରେ ବଲାଙ୍ଗିର ଭଳି ଏକ ଦାଦନ ଅଧ୍ୟୁଷିତ ପଛୁଆ ଅଂଚଳର ଗରିବ, ମଧ୍ୟବିତ୍ତ ବର୍ଗର ହଜାର ହଜାର ଛାତ୍ରଛାତ୍ରୀ ତାଙ୍କର ପ୍ରାଥମିକ ଅଧିକାର ଶିକ୍ଷାରୁ ବଂଚିତ ହେବେ । ଜିଲ୍ଲାର ଏକମାତ୍ର ବି.ଇଡି. କଲେଜରେ ବଲାଙ୍ଗିର ଜିଲ୍ଲା ତଥା ଆଖପାଖ ୫/୬ଟି ଜିଲ୍ଲାର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷା ତାଲିମ କମ୍‌ ଖର୍ଚ୍ଚରେ ପାଇ ପାରୁଥିଲେ । କିନ୍ତୁ ଏହି ବି.ଇଡି. କଲେଜ ମଧ୍ୟ ବନ୍ଦ କରାଯିବା ଫଳରେ ବହୁ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ନିଜସ୍ୱ ଖର୍ଚ୍ଚରେ ତାଲିମ ନେବାକୁ ଯାଇ ଆର୍ଥିକ ଶୋଷଣର ଶିକାର ହେବା ସହ ଉଚ୍ଚମାନର ଶିକ୍ଷାରୁ ବଂଚିତ ହେବେ । ଏହି ପରିପ୍ରେକ୍ଷୀରେ ଏଆଇଡିଏସ୍‌ଓ ସରକାରଙ୍କର ୧୪୦୦୦ ସ୍କୁଲ ଓ ୧୪ଟି ବି.ଇଡି. କଲେଜ ବନ୍ଦ କରିବା ନିଷ୍ପତ୍ତିକୁ ଦୃଢ ପ୍ରତିବାଦ ଜଣାଉଛି । ଏହା ସହିତ ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ଦାବୀପତ୍ର ପ୍ରଦାନ କରିଛି ବୋଲି ସଂଗଠନ ତରଫରୁ କୁହାଯାଇଛି । ତେବେ ଏହି ଦାବୀପତ୍ରରେ ଜିଲ୍ଲାର ୩୭୫ଟି ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବା, ଜିଲ୍ଲାର ଏକମାତ୍ର ସରକାରୀ ବିଇଡି କଲେଜ ବନ୍ଦ କରାଯିବାକୁ ରଦ୍ଦ କରାଯିବା, ସମସ୍ତ ସରକାରୀ ସ୍କୁଲ କଲେଜରରେ ଶିକ୍ଷକ ଅଧ୍ୟାପକ ନିଯୁକ୍ତି କରାଯିବା ସହିତ ଜିଲ୍ଲାରେ ଶିକ୍ଷାର ଘରୋଇକରଣ ତଥା ବ୍ୟବସାୟୀକ କରଣକୁ ବନ୍ଦ କରାଯିବା ଆଦି ୪ ଦଫା ଦାବୀ ଉଲ୍ଲେଖ ରହିଛି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ତଥା ପ୍ରତିବବାଦ ସଭାରେ ଏଆଇଡିଏସ୍‌ଓ ତରଫରୁ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣାଙ୍କ ନେତୃତ୍ୱରେ ଅଲ୍‌ ଇଣ୍ଡିଆ କାଉନସିଲ ମେମ୍ବର ସୁନିଲ ଭୋଇ, ଜିଲ୍ଲା ଉପ-ସଭାପତି କୁଶପୃଷ୍ଟି ବାଗ, ସଂପାଦକ ମଧୁସୂଦନ ବାଗ, ଅଫିସ ସଂପାଦକ ବିକାଶ ଜେନା, ପାଟଣାଗଡ ଉପଖଣ୍ଡ ସଭାପତି ତାମସ କୁମାର ବେହେରା, ଉପ-ସଭାପତି ଅହଲ୍ୟା ସାହୁ, ସଂପାଦକ ଗୌରୀ ରାଉତଙ୍କ ସମେତ ବହୁ ଛାତ୍ରଛାତ୍ରୀ ସରକାରୀ ଶିକ୍ଷା ନୀତି ବୁରୁଦ୍ଧରେ ବିକ୍ଷୋଭ ସଭାରେ ସାମିଲ ଥିଲେ ।

jittmm
Leave A Reply

Your email address will not be published.