jayashree

ଗୋଟିଏ ଦିନରେ ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତରେ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହକି ୱାର୍ଲଡ କପ ଓଡିଶା ସରକାରଙ୍କ ଦ୍ୱାରା ସଂଗଠିତ ଅବ୍ୟହିତ ପୂର୍ବରୁ ସମଗ୍ର ଓଡିଶା ଗ୍ରାମ ପଂଚାୟତରେ କ୍ରୀଡା ଉତ୍ସବ ପାଳିତ ହେଉଛି । ଏହି ଅବସରରେ ଗୁରୁବାର ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତରେ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁନିନ୍ଦା ଗ୍ରାମ ପଂଚାୟତ ଅଧିନସ୍ଥ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦା ଠାରେ ପଂଚାୟତସ୍ତରୀୟ କବାଡି ଓ ଖୋ ଖୋ ଉଭୟ ବାଳିକା ଓ ବାଳକ ବିଭାଗ ଆଠ ଗୋଟି ବିଦ୍ୟାଳୟ ସହ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ସରପଞ୍ଚ ଶେଷଦେବ ବାରିକ, ସମିତି ସଭ୍ୟ ସ୍ୱର୍ଣ୍ଣଲତା ନାୟକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂ, ଶିକ୍ଷାବିତ ମହେଶ୍ଵର ବରାଳ, ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ, ପ୍ରାକ୍ତନ ଶିକ୍ଷକ ବାଟକୃଷ୍ଣ ଜେନା, ଆନ୍ତର୍ଜାତୀୟ ଖୋ ଖୋ ଖେଳାଳି ଭରତ କୁମାର ପ୍ରଧାନ ଓ ସମସ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ବାଳକ, ବାଳିକା କବାଡି ଓ ଖୋ ଖୋ ବାଳିକା ବିଭାଗରେ ପ୍ରଥମ ସ୍ଥାନ ଏବଂ ଖୋ ଖୋ ବାଳକ ବିଭାଗରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ମୁନିନ୍ଦା ନୋଡାଲ ଉ.ପ୍ରା. ବିଦ୍ୟାଳୟ ବାଳକ ଖୋ ଖୋରେ ପ୍ରଥମ ଓ ବାଳିକା ବିଭାଗରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସଂଖପାଟ ଉ.ପ୍ରା. ବିଦ୍ୟାଳୟ ବାଳକ ବାଳିକା ବିଭାଗରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଉଦ୍‌ଯାପନ ସମାରୋହରେ ବିଦ୍ୟାଳୟ ଛାତ୍ର ସଂସଦ ସଭାପତି ତ୍ରିନାଥ ପରିଡା ଓ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ମଲ୍ଲ ପୁରସ୍କାର ବିତରଣ କରିଥିଲେ । ଶେଷରେ ଶିକ୍ଷକ ପ୍ରବୀର ମହାପାତ୍ର ଧନ୍ୟବାଦ ଦେଇଥିଲେ । କଲ୍ୟାଣପୁର ପଞ୍ଚାୟତ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଓଡିଶା ଗ୍ରାମ୍ୟ ବ୍ୟାଙ୍କ କଲ୍ୟାଣପୁର ଶାଖାର ପ୍ରବନ୍ଧକ ତଲାଇ ଧର୍ମତାଜ, ସଭାପତି ଗୋବର୍ଦ୍ଧନ ସେଠି ସରପଞ୍ଚ, ମୁଖ୍ୟବକ୍ତା ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ରବୀନ୍ଦ୍ର ବଳିୟାରସିଂହ, କ୍ରୀଡା ପରିଚାଳନା କରିଥିଲେ କ୍ରୀଡା ଶିକ୍ଷକ ନଟବର ସେଠି, ରାଜଲକ୍ଷ୍ମୀ ରାଉତରାୟ, ସ୍ଵର୍ଣ୍ଣଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସାଊରିଆ, ଘନିପୁର, ଡେଲାଙ୍ଗ-କୋଠାବାଡ଼, ଅରିଶଲ, ମୋଟରି, ରେଙ୍ଗାଳ, ଗୋଡିପୁଟ, ମାଟିଆପଡା, ହରିରାଜପୁର, ସିଂହବ୍ରହ୍ମପୁର, ଚାଁଇପୁର, ସୁଜନପୁର, ଖେଳାଉରୀ, ବେରବୋଇ, ଗୁଆଲିପଡା, ଧାନକେରା, ଜେନାପୁର, ଶ୍ରୀପୁରୁଷୋତ୍ତମପୁର, ଅଭୟମୁଖୀ ଆଦି ପଞ୍ଚାୟତ ଗୁଡିକରେ ସରପଞ୍ଚଙ୍କ ନେତୃତ୍ଵରେ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପଂଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବରେ ସ୍ଥାନୀୟ ସରପଞ୍ଚ ସମିତିସଭ୍ୟ ୱାର୍ଡ ମେମ୍ବର, ସ୍କୁଲର ପ୍ରଧାନ ଶିକ୍ଷକ, ଶାରୀରିକ ଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ କମିଟିର ଅଧ୍ୟକ୍ଷ /ଉପାଧ୍ୟକ୍ଷ, ସିଆରସିସି, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କ ମିଳିତ ସହଯୋଗରେ କ୍ରୀଡ଼ା ଉତ୍ସବକୁ ସଫଳ କରିଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ସମସ୍ତ ପଞ୍ଚାୟତ ଗସ୍ତ କରି କ୍ରୀଡ଼ା ଉତ୍ସବ ଗୁଡିକ ପରିଦର୍ଶନ କରିବା ସହ ସାଫଲ୍ୟ ମଣ୍ଡିତ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.