jsm

ଅଞ୍ଚଳ ମହାବିଦ୍ୟାଳୟରେ ନାକ୍ ପିଅର ଟିମ୍‌ର ପରିଦର୍ଶନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନାକ୍ ପିଅର ଟିମ୍ ତା.୨୧ ଓ ୨୨ରିଖ ଦୁଇ ଦିନ ଧରି ପରିଦର୍ଶନ କରିଥିଲେ । ପିଅର ଟିମ୍‌ର ଚେୟାରମ୍ୟାନ ପ୍ରଫେସର କିଶୋରୀ ନାୟକ (ଭାଇସ ଚାନ୍ସେଲର), ମେମ୍ବର କୋଓର୍ଡିନେଟର ସୁଭାସିସ ଭଟ୍ଟାଚାର୍ଯ୍ୟ (ପ୍ରଫେସର), ସଦସ୍ୟ ନାଜିର୍ ଅହମଦ ଚିରାଗ୍ (ଅଧ୍ୟକ୍ଷ) ପ୍ରଥମ ଦିନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଲଳିତେନ୍ଦୁ ନାୟକଙ୍କ ସହ ମହାବିଦ୍ୟାଳୟର ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ତାପରେ ବିଭାଗୀୟ ମୁଖ୍ୟମାନଙ୍କ ସହ ଆଲୋଚନା ହୋଇଥିଲା । ବିଭାଗ ଗୁଡିକ ପରିଦର୍ଶନ ପରେ କଲେଜର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଭେଟି ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହା ପରେ ଗ୍ରନ୍ଥାଗାର, କ୍ରୀଡା ବିଭାଗ, ଏନ୍‌ଏସ୍‌ଏସ୍‌, ଏନ୍‌ସିସି, ରେଡକ୍ରସ୍, ଆଇକ୍ୟୁଏସି, କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସନ୍ଧ୍ୟାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଡ଼. ସରୋଜ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ଦିବସରେ ମହାବିଦ୍ୟାଳୟର ଛାତ୍ର ଏବଂ ଛାତ୍ରୀ ନିବାସ ଗୁଡିକ ସହ ଖେଳ ପଡିଆ, ନିର୍ମାଣାଧୀନ ମିନି ଷ୍ଟାଡିୟମ ଏବଂ କେଣ୍ଟିନ ବୁଲି ଦେଖିଥିଲେ । ପରିଶେଷରେ ନାକ୍ ପିଅର ଟିମ୍ ସହ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଏକ୍ସିଟ ସଭା ଅନୁଷ୍ଠିତ ହୋଇଥିଲା । ପିଅର ଟିମ୍‌ର ଚେୟାରମ୍ୟାନ ପ୍ରଫେସର କିଶୋରୀ ନାୟକ ମହାବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ତାଙ୍କର ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ନାକ୍ କୋଓର୍ଡିନେଟର ଡ଼. ମନୋଜ କୁମାର ପ୍ରଧାନ, ଆଇକ୍ୟୁଏସି ସଂଯୋଜକ ଲଳିତ ମୋହନ ପଣ୍ଡା, ଅଧ୍ୟାପକ ଡ଼. ବିରଞ୍ଚି ସାହୁ, ପ୍ରମୋଦ କୁମାର ତ୍ରିପାଠୀ, ପ୍ରଭାତ ମହାପାତ୍ର ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ସହଯୋଗ କରିଥଲେ । ଶେଷରେ ସଂଯୋଜକ ମନୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.