jsm

ପୌରକେଲାରେ ସୁନାମୁଖୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

csstore
  • ଜରାସିଙ୍ଗା ବିଜୟୀ

କଳାହାଣ୍ଡି, (ନରୋତ୍ତମ ସେଲମା) : ପୌରକେଲା ସୁନାମୁଖୀ ଫୁଟବଲ ଆସୋସିଏସନ ପକ୍ଷରୁ ତେଲନଦୀ ପଡିଆ ଠାରେ ସୁନାମୁଖୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ ଆୟୋଜକ ପୌରକେଲା ଓ ଜରାସିଙ୍ଗା (ବଲାଙ୍ଗିର) ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩-୦ ଗୋଲରେ ଜରାସିଙ୍ଗା ଦଳ ବିଜୟୀ ହୋଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ଯଶୋସ୍ୱିନୀ ଧରୁଆ, ସମିତି ସଭ୍ୟ ସୁଧୀର ଭୋଇ, ବରୁଣ ଭୋଇ, ସୂର୍ଯ୍ୟମଣି ଭୋଇ, ବବ୍ରୁବାହାନ ଭୋଇ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମ୍ୟାଚ୍‌କୁ ସଜନ କୁମାର କୁଦେଇ, ରାମଚନ୍ଦ୍ର ଭୋଇ, ରଞ୍ଜନ ଭୋଇ, ସୁବ୍ରତ ରଣା ପରିଚାଳନା କରିଥିବା ବେଳେ ଗଜାନନ ଗହୀର ଓ ଚିରଞ୍ଜିବି ରଥ ଧାରା ବିବରଣୀ ପ୍ରଦାନ କରିଥିଲେ । ସଂଘ ସଭାପତି ଲୋକନାଥ ଦଣ୍ଡସେନା, ସମ୍ପାଦକ ଗିରିଶ ଚନ୍ଦ୍ର ସାହୁ, ଅନିଲ କୁମାର ଦୋରା, ତରୁଣ ସାହୁ, ଭୁବନ ଧରୁଆଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆଜି କଣ୍ଟାମାଳ (ବୌଦ୍ଧ) ଓ ଡଙ୍ଗାପଟା (କଳାହାଣ୍ଡି) ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

yuvodaya
Leave A Reply

Your email address will not be published.