csstore

ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଇଡକଲ୍‌ ଡେପୁଟି ମ୍ୟାନେଜର ଗୟା ସାନ୍ତରା । ଆମ୍ପା ଭାଲି ଲାଇମ୍ ଷ୍ଟୋନ୍ ମାଇନ୍ସ ଇଡକଲ୍ ଡେପୁଟି ମ୍ୟାନେଜର ଗୟାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଭୁବନେଶ୍ୱର, କୋରାପୁଟ, ନୟାଗଡ ଓ ରାୟଗଡା ସ୍ଥିତ ତାଙ୍କର ମୋଟ ୭ଟି ଠିକଣାରେ ଭିଜିଲାନ୍ସ ଚଢାଉ କରି ତଲାସି କରୁଥିବା ଜଣାପଡିଛି । ମଞ୍ଚେଶ୍ୱର, ପ୍ଲଟ ନଂ ୬୩/ଏ ତିନି ମହଲା କୋଠା ଓ ଗ୍ଲୋବାଲ ଇଞ୍ଜିନିଜ୍ଞର୍ସ ଅଫିସ ଏବଂ ଜୟଦେବ ବିହାରସ୍ଥିତ ପ୍ଲଟ ନଂ ୨୯୫/୨୩୧୫ ଚାରି ମହଲା ନିର୍ମାଣାଧୀନ କୋଠା, କୋରାପୁଟ ସୁଙ୍କି ଗେଟ୍ ନିକଟ ଭଡ଼ା ଘର, କୋରାପୁଟ ସିମଗୋଡା ସ୍ଥିତ ଆମ୍ପାର ଅଫିସ୍ ଚାମ୍ବର, ନୟାଗଡ଼ ଓଡ଼ଗାଁ ସ୍ଥିତ ପାଟଣାସାହିର ପୈତୃକ ଘର ସହିତ ରାୟଗଡାରେ ମୁନିଗୁଡା ପାଇକାଷ୍ଟ୍ରିଟ ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ତାଙ୍କର ମୋଟ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ଚଢାଉରେ ୭ ଜଣ ଡେପୁଟି ଏସ୍‌ପି, ୪ ଜଣ ଇନ୍ସପେକ୍ଟର, ଜଣେ ସବ୍‌ଇନ୍ସପେକ୍ଟର ଓ ୭ ଏଏସଆଇଙ୍କ ସହିତ ଟିମ୍ ସମ୍ପତ୍ତି ତାଲିକା ପ୍ରସ୍ତୁତ କରୁଛନ୍ତି ।

jayashree
Leave A Reply

Your email address will not be published.