csstore

ଅଲାତରାଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆଜି ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନି ସିଂହଦେଓ ଏବଂ ସରପଞ୍ଚ ସସ୍ମିତା ନାଗଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏମ୍‌ବିକେ ମମିତା ସାହୁ, ୱାର୍ଡ ସଭ୍ୟା ଓ ସିଆରପି ମାନଙ୍କ ଦ୍ୱାରା ଅଧିକାରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଶିବିରରେ ତହସିଲଦାର ଜୋସ୍ନା ମାଝୀ, ଏବିଡ଼ିଓ ଲକ୍ଷ୍ମଣ କୁମାର ପଧାନ, ଜିପିଓ କୁଳମଣି ସିଂ ରାୟ, କିରାଣି ଚାନ୍ଦିନୀ ପଧାନ, ଉଦ୍ୟାନ ବିଭାଗରୁ କୁମର ମଣି ନାଗ, ଆଇସିଡିଏସରୁ ଶର୍ମିଳା ବେହେରା, ବିଭିଓ ନବୀନ କୁମାର ବେହେରା, ଯୋଗାଣ ନିରୀକ୍ଷକ ସନ୍ତାକାର ପଧାନ, ଯନ୍ତ୍ରୀ ବଳିନ୍ଧର ସିଂହ ଯାଦବ, ଏପିଓ ମୋନାଲିଶା ସାମଲ, ରାଜସ୍ୱ ନିରୀକ୍ଷକ ଧୀରେନ୍ଦ୍ର ରଣା, ଜଙ୍ଗଲ ବିଭାଗର ପୁଷ୍ପା ଧାରୁଆ, ପିଇଓ ଚଞ୍ଚଳ ହରିଜନ, କୃଷି ବିଭାଗରୁ ଅନୀଲ କୁମାର ଦୋରା, ସ୍ୱାସ୍ଥ୍ୟ ବିଭାଗରୁ ଅଶୋକ କୁମାର ପାତ୍ର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୨୦୨ ଜଣ ଆବେଦକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ୧୩ ଗୋଟି ଗ୍ରାମ୍ୟ ସମୂହ ଓ ୧୮୯ ଗୋଟି ବ୍ୟକ୍ତିଗତ ସମସ୍ୟା ସମ୍ମିଳିତ ଥିଲା । ଏହି ଶିବିରରେ ଗ୍ରାମ୍ୟ ପଞ୍ଚାୟତ ସମସ୍ତ ପ୍ରତିନିଧି, ମିଶନ ଶକ୍ତି ବିଭାଗର ଓଡିଶା ଜୀବିକା ମିଶନ ମହାସଂଘର କର୍ମକର୍ତ୍ତା ସାହାଯ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.