ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧିନସ୍ଥ ସମଲେଇପଦର ବୃଦ୍ଧାଶ୍ରମରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବିଜେପୁର ଷ୍ଟେଟ ବ୍ୟାଙ୍କ ଅଧିକାରୀ । ବରଗଡ଼ ଜିଲ୍ଲା ବେହେରା ଗ୍ରାମର ମୂଳ ନିବାସୀ ଅଶୋକ ସାହୁଙ୍କ ପୁତ୍ର ବୈଭବଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ବୃଦ୍ଧାଶ୍ରମରେ ପାଳନ କରି ସମାଜକୁ ଏକ ମହତ ବାର୍ତ୍ତା ପ୍ରଦାନ କରିଛନ୍ତି । ସାଧାରଣତଃ ପିଲାମାନଙ୍କ ଜନ୍ମଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି କିନ୍ତୁ ଅନାଥ ବୃଦ୍ଧାଶ୍ରମ ଯାଇ ଜନ୍ମଦିନ ପାଳନ କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ ଉଦ୍ୟମ ବୋଲି ବିଜେପୁର ଅଞ୍ଚଳର ସ୍ଥାନୀୟ ବାସିନ୍ଦା ମତାମତ ଦେଇଛନ୍ତି । ବ୍ୟାଙ୍କ ଅଧିକାରୀ ଶ୍ରୀ ସାହୁ ପାର୍ବତୀଗିରି ସେବାଶ୍ରମ ଅନ୍ତେବାସୀଙ୍କୁ ସୁସ୍ୱାଦୁ ଭୋଜନ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

error: Content is protected !!