ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ସ୍ଥାନୀୟ ଶିବ ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସସ୍ମିତା ନାଗ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷ୍ୟାବିତ୍‌ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ଖଗେଶ୍ୱର ରଣା ଉପସ୍ଥିତ ଥିବା ବେଳେ କ୍ରୀଡା ଶିକ୍ଷକ ବେଣୁଧର ରଣା ଖେଳ ପରିଚାଳନା ଓ ଅଶୋକ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ । ବାଳକ/ବାଳିକାମାନଙ୍କ ପାଇଁ ଭଲିବଲ, ସଟଫୁଟ୍‌, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ୧୦୦, ୨୦୦, ୪୦୦ ମିଟର ଦୌଡ, ଜେଭଲିନ ଥ୍ରୋ, ବ୍ୟାଡମିଣ୍ଟନ ଆଉ ଦ୍ୱିତୀୟ ଦିନରେ ମ୍ୟାଜିକ ଚେୟାର, ବସ୍ତା ଦୌଡ ଭଳି ଅନେକ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରାଯାଇଥିଲା । ଏଥିରେ ଶିକ୍ଷକ କୁଳେନ୍ଦ୍ର ବୈଠାରୁ, ପ୍ରମୋଦ ସାହୁ, ଶ୍ୟାମସୁନ୍ଦର ପ୍ରତିହାରୀ, ସନ୍ତୋଷ କୁମାର ସେଠୀ, ଅନ୍ତର୍ଯ୍ୟାମୀ ସାହୁ, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପାତ୍ର ବିଚାରକ ଥିବା ବେଳେ ସମସ୍ତ କର୍ମଚାରୀମାନେ ସାହାଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.