oom

ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ଗୁରୁତର

jsmm

ଢେଙ୍କାନାଳ : କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣୀ ଗ୍ରାମର ଗଡ଼ସାହିରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଗୋଡ଼ିସାହିର କାହ୍ନୁଚରଣ ମହାନ୍ତଙ୍କ କନ୍ୟା ପାତିଆ ନିଜ ଘରେ ଏକ କାଠ ଚୁଲିରେ ରୋଷେଇ କରୁଥିଲେ । ଅସାବଧାନତା ଯୋଗୁଁ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏହା ଜଣା ପଡିବା ପରେ ପାତିଆ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ଘରେ କେହି ନଥିବାରୁ ପଡୋଶୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପରେ ଗୁରୁତର ପାତିଆଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାର ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।

jittmm
Leave A Reply

Your email address will not be published.