oom

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଉପର ଏକ କୋଠା ଭିତରୁ ଧରାପଡିଲେ ଯୁବତୀଙ୍କ ସହ ଜଣେ ବ୍ୟକ୍ତି, ଭିଡିଓ ହେଲା ଭାଇରାଲ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଉପର ଏକ କୋଠା ଭିତରୁ ଜଣେ ଯୁବତୀଙ୍କ ସହ ଜଣେ ବ୍ୟକ୍ତି ଧରାପଡିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରୁ ଯାହା ଜଣାପଡିଛି ଯେ, ଯୁବତୀ ଜଣକ ତାଙ୍କ କଂଟାବାଂଜିର ଜଣେ ପିଲା ସାଙ୍ଗ ସହ ରେଲୱେ ଷ୍ଟେସନକୁ ଯାଉଥିବା ବେଳେ ଧରାପଡିଥିବା ବ୍ୟକ୍ତିି ଜଣକ ଯୁବତୀଙ୍କ ପିଲା ସାଙ୍ଗକୁ ଗୋଟିଏ ଅଲଗା ବସରେ ବସେଇଦେଇ ଯୁବତୀଙ୍କୁ ଧରି ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଉପର ଏକ କୋଠାକୁ ଚାଲି ଆସିଥିଲେ । ପରେ ହସପିଟାଲରେ ଥିବା ଲୋକମାନେ ଯୁବତୀଙ୍କୁ ଉଦ୍ଧାର କରି ସଂପୃକ୍ତ ବ୍ୟକ୍ତିଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ବେଳେ ବ୍ୟକ୍ତି ଜଣକ ଆମେ ହସପିଟାଲକୁ ବିଶ୍ରାମ କରିବା ପାଇଁ ଚାଲି ଆସିଥିଲୁ ବୋଲି କହିଥିଲେ । ତେବେ ବ୍ୟକ୍ତି ଜଣକ ସୁରେଶ ପଶାୟତ ଫଟକରା ଗ୍ରାମର ବୋଲି ଲୋକେ କହୁଥିବା ବେଳେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ସଂପର୍କରେ ପୋଲିସକୁ ପଚାରିବାରୁ ଏମିତି କିଛି ଘଟଣା ଘଟିଥିବାର ଆମ ପାଖରେ ଖବର ନାହିଁ, ଖବର ଆସିଲେ ସୂଚନା ଦେବୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.