csstore

ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ : ସାମିଲ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ପରିବହନ ବିଭାଗ ତଥା ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆଜି ସଡକ ସୁରକ୍ଷା ପାଳନ ଅବସରରେ ହରଡଖୋଲ ଠାରେ ଥିବା ଜିଲ୍ଲା ସ୍ୱୟଂ ଚଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ କେନ୍ଦ୍ର ସମ୍ମୁଖ ରାଜ ରାସ୍ତାରେ ଦୁଇ ଚକିଆ, ଚାରି ଚକିଆ ଯାନର ଯାଞ୍ଚ ତଥା ଚାଳକଙ୍କୁ ସଡ଼କ ସୁରକ୍ଷା ପାଇଁ ଥିବା ନିୟମ କାନୁନ ସମ୍ୱନ୍ଧରେ ସଚେତନତା କରାଯାଇଛି । ସାମ୍ପ୍ରତିକ ସ୍ଥିତିରେ ଗାଡି ଚାଳକମାନେ ସଡ଼କ ସୁରକ୍ଷାର ବିଧି ବ୍ୟବସ୍ଥା ମାନୁ ନ ଥିବାରୁ ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଛି । ଏହାକୁ ଦୃଷ୍ଟିରେ ରଖି ବିଶେଷକରି ବାଇକ ଚାଳକ ଓ ପଛ ପଟରେ ବସିଥିବା ଲୋକ ହେଲମେଟ୍‌ ପରିଧାନ କରୁ ନଥିବାରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏଣୁ ଏହାକୁ ରୋକିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସାମିଲ କରାଯାଇଛି । ଆଜି ଏନେଇ ମଦର ଟେରେସା ବ୍ଲକ ମିଶନ ଶକ୍ତି ଫେଡେରେସନର ସଦସ୍ୟା ବୃନ୍ଦଙ୍କ ଦ୍ୱାରା ସୋନପୁର- ବଲାଙ୍ଗିର ରାସ୍ତାର ହରଡଖୋଲ ଠାରେ ବିନା ହେଲମେଟ୍‌ ପରିଧାନ କରି ଯାଉଥିବା ଚାଳକଙ୍କୁ ସଚେତନତା କରାଇବା ସହ ୧ ହଜାର ଟଙ୍କା ବିନିମୟରେ ଗୋଟିଏ ଲେଖାଏଁ ହେଲମେଟ୍‌ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ନାୟକ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭାଗୀୟ କର୍ମକର୍ତ୍ତା, ପୋଲିସ ବିଭାଗର ଅଧିକାରୀ, ସାମ୍ବାଦିକ ପ୍ରମୁଖ ସାମିଲ ରହିଥିଲେ ।

jayashree
Leave A Reply

Your email address will not be published.