pakka

ଝାରବନ୍ଧରେ ନେହେରୁ ଯୁବକେନ୍ଦ୍ରର ସିଲେଇ ଓ ଏମ୍ବ୍ରୋଡୋରି ତାଲିମ୍ ଶିବିର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାରଙ୍କ ନେହେରୁ ଯୁବକେନ୍ଦ୍ର, ବରଗଡ଼ ତରଫରୁ ଝାରବନ୍ଧର କୋତନା ଗ୍ରାମ ଠାରେ ସିଲେଇ ଓ ଏମ୍ବ୍ରୋଡୋରି ତାଲିମ୍ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାରବନ୍ଧ ବିଡ଼ିଓ ଲୋକନାଥ ଶବର ମୁଖ୍ୟ ଅତିଥି ଓ ସ୍ଥାନୀୟ ପଞ୍ଚାୟତ ସମିତି ସ୍ନାତକ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଶିବିରରେ ପ୍ରଶିକ୍ଷକ ସାହା ସିଂ ଗୁରୁ ଆସନ୍ତା ୩ ମାସ ଧରି ୨୫ ଜଣ ମହିଳାଙ୍କୁ ସିଲେଇ ଓ ଏମ୍ବ୍ରୋଡୋରି ତାଲିମ୍ ପ୍ରଦାନ କରିବେ । ବରଗଡ଼ ନେହେରୁ ଯୁବକେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ରୋସନ ଟଣ୍ଡନ ଓ ଜିଲ୍ଲା କେନ୍ଦ୍ର ଉପଦେଷ୍ଟା ତ୍ରିଲୋଚନ ଶତପଥୀଙ୍କ ତତ୍ତ୍ଵାବଧାନରେ ତଥା ସ୍ୱେଚ୍ଛାସେବୀ ଦୁର୍ଯ୍ୟୋଧନ ପାଣ୍ଡେଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅନେକ ଗ୍ରାମବାସୀ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

2 × 1 =