csstore

ମହାସମୁନ୍ଦ ଠାରେ କନ୍ଧ ସମାଜ ଯୁବ ସଂଗଠନର ସଚେତନ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଶାଖା ଗଠିତ ହୋଇଯାଇଛି । ପ୍ରଥା ପରମ୍ପରା ସଂସ୍କୃତିକୁ ନେଇ ଏକ ସୁସ୍ଥ ସମାଜ ଗଠନ ସକାଶେ ସ୍ଥାନୀୟ ବାସିନ୍ଦା ଲୋକେଶ ମାଝୀଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ନାରୀ ନେତ୍ରୀ କିରଣ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ ଲଢେଇ କରିବା ପାଇଁ ଆହ୍ୱାନ କରିବା ସହିତ ଓଡିଶା ମାଟିରୁ ସୁଦୂର ଛତିଶଗଡ ରାଜ୍ୟରେ ପ୍ରାୟତଃ ୭୦/୮୦ ବର୍ଷ ହେବ ନିଜ ପେଟ ପାଟଣା ପାଇଁ ନିଜ ଭିଟାମାଟି ଛାଡି ଛତିଶଗଡ଼ ରାଜ୍ୟରେ ବସବାସ କରୁଥିବା ଜାତିରେ ଗଣ୍ଡ ଆଦିବାସୀ ବୋଲି ପରିଚିତ ହେଉଛନ୍ତି । କାହିଁକି ନା ସେଠିକାର ସରକାର କନ୍ଧ ମାନ୍ୟତା ଦେଇ ନାହିଁ କିମ୍ବା କନ୍ଧ ବୋଲି ଗୋଟିଏ ଜାତି ଅଛି ବୋଲି ଜାଣି ନାହିଁ ତେଣୁ ସମସ୍ତେ ନିଜର ସ୍ୱ ଜାତିର ପରିଚୟରେ ପରିଚିତ ହୋଇ ନ ପାରିବା ବିଡମ୍ବନା ବିଷୟ ବୋଲି ମତ ଦେବା ସହିତ ସମସ୍ତ ଛତିଶଗଡରେ ବାସ କରୁଥିବା କନ୍ଧ ସମାଜ ଏକତ୍ରିତ ହୋଇ କନ୍ଧ ମାନ୍ୟତା ପାଇଁ ଛତିଶଗଡ ସରକାର ଠାରେ ଦାବୀ ଜଣାଇବା ସହିତ କନ୍ଧ ଜାତି ପର୍ବ ପର୍ବାଣୀ ତଥା କନ୍ଧ ଜାତିର ବିବାହ ପାରମ୍ପରିକ (ଟିକ ଡିହା )ବିବାହକୁ ବାଧ୍ୟତା କରିବା ପାଇଁ ମତ ପ୍ରକାଶ କରିଥିଲେ । କନ୍ଧ ସମାଜକୁ ଆଗକୁ ନେବାକୁ ହେଲେ ନାରୀଶକ୍ତିର ବିଶେଷ ଭୂମିକା ଅଛି ବୋଲି କହିଥିବା ବେଳେ ତୃଣମୂଳ ସ୍ଥରରେ ସମାଜକୁ ମଜବୁତ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଲଳିତ ମାଝୀ, ଗଙ୍ଗା ମାଝୀ, ରାନୀ ମାଝୀ, ବିମଳା ମାଝୀ, ଡାକଗାଡି ଭୋଇ, ପ୍ରିୟଦର୍ଶନୀ ମାଝୀ, ଲବଲୀ ଭୋଇ, କାରୁଣ୍ୟ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.