oom

ବଲାଙ୍ଗିରଠାରେ ଶିଶୁ ଯତ୍ନ ଅନୁଷ୍ଠାନର ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ ‘ଉତ୍ସାହ’ – ୨୦୨୨ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡା କମ୍ପ୍ଲେକ୍ସ ଠାରେ ଆଜି ଜିଲ୍ଲାର ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ‘ଉତ୍ସାହ’ -୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାକୁ ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତି, ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ବିରଞ୍ଚି ବହିଦାର, ନନ୍ଦକିଶୋର ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ପାର୍ବତୀଗିରି ବାଲନିକେତନ, ଆଦୃତ ଶିଶୁ ଗୃହ ପଥରଚେପା, ଗ୍ରାମ ମଙ୍ଗଳ ପାଠାଗାର ସାଲେପାଲି, ଗୁରୁକୁଳ ସପ୍ତର୍ଷି ସେବାଶ୍ରମ, ଦେଓଗାଁ, ଉତ୍କଳ ବାଳାଶ୍ରମ କଣ୍ଟାବାଞ୍ଜିର ଅନ୍ତେବାସୀ ମାନେ ବିଭିନ୍ନ କ୍ରୀଡା ଯଥା ୧୦୦ ମିଟର, ୨୦୦ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଚେସ, କ୍ୟାରମ, ଫୁଟବଲ ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୋଟ ୧୦୦ ଜଣ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ଉପ ଜିଲାପାଳ କୁମାର ନାଗଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିବା ସହ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଚୂଡାମଣି ପଣ୍ଡା ପରିଚାଳନା କରିଥିବା ବେଳେ ଦିଗମ୍ବର କର ଏହି ଉଦ୍‌ଘାଟନୀ ଓ ଉଦଯାପନୀ ଉତ୍ସବ ପରିଚାଳନା କରିଥିଲେ । କ୍ରୀଡ଼ା ଶିକ୍ଷକ ମହଡ ବାରିକ, କସ୍ତୁରୀ ରଥ, ପ୍ରଣତୀ ପାଣିଗ୍ରାହୀ, ଏନ. ଏସ. ନାଇଡୁ, ବୈକୁଣ୍ଠ ଜେନା, ଅଜୟ ଦର୍ଜି, ପ୍ରଦୀପ ମେହେର ପ୍ରମୁଖ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅରୁଣ ଖୁଆସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.