୧୪ତମ ମଠଖାଇ ମହୋତ୍ସବ ଜାନୁୟାରୀ ୮ରୁ ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୮ ତାରିଖରୁ ୧୪ତମ ମଠଖାଇ ମହୋତ୍ସବ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ଣରେ ସ୍ଥାନୀୟ ଅମଲା ଭବନରେ ଭୂମିକା ଓ ମଠଖାଇ ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୂମିକା ସଭାପତି ବ୍ୟାସଦେବ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର, ଉପଦେଷ୍ଟା ପ୍ରଫେସର ମଧୁ ପତି ମଞ୍ଚାସୀନ ଥିବା ବେଳେ ଚିତ୍ତରଞ୍ଜନଦାସ ସଭା ପରିଚାଳନା କରିଥିଲେ । ତେବେ ଆସନ୍ତା ଜାନୁୟାରୀ ୮ରୁ ୧୨ ତାରିଖ ଯାଏଁ ସର୍ବଭାରତୀୟ ମଠଖାଇ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.