csstore

ଯମୁନାରେ ଗୋପାଳନ ତାଲିମ ଶିବିର

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗାଁରେ ବଲାଙ୍ଗିର-କଳାହାଣ୍ଡି-ନୂଆପଡା ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ତଥା ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ସହାୟତାରେ ଗୋ ଚିକିତ୍ସା, ବନ୍ଧ୍ୟା ନିରାକରଣ, ଗୋପାଳନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସନ୍ତୋଷ ପଣ୍ଡା, ବିକେଏନ୍‌ ଜିଏମ୍‌ ଡ. ସରୋଜ ସାହୁ, ବିଭିଓ ଡା. ଅଞ୍ଜନ ମଲ୍ଲିକ, ଏମ୍‌ଜିଏନ୍‌ଏଫ୍‌ ମିତାଲି ପଟ୍ଟନାୟକ, ଏଭିଏସ୍‌ ଡା. ଭବାନୀଶଙ୍କର ବେହେରା, ଡା. ସନ୍ଦୀପ ବାରିକ ଅତିଥି ଭାବେ ଯୋଗ ଦେଇଥିଲେ । ଏଲ୍‌ଆଇ ବୀରେନ୍ଦ୍ର ଷଡଙ୍ଗୀ, ରାଜେନ୍ଦ୍ର ବରିହା, ଅଶୋକ ମହାକୁରଙ୍କ ସହ ଅଶ୍ୱିନୀ ପ୍ରଧାନ, ଯୁଗଲ କିଶୋର ନାଏକ, ଦେବବ୍ରତ ମିଶ୍ର, ଯମୁନା ଏମ୍‌ପିସିଏସ୍‌ ସଭାପତି ହେମନ୍ତ ପର୍ଡିଆ, ସମ୍ପାଦକ ଡଗର ମହାକୁର ପ୍ରମୁଖ ସହଯୋଗ କରିଥିଲେ । ଅଗ୍ରଣୀ ମହିଳା ଗୋପାଳକ ସୂର୍ଯ୍ୟକାନ୍ତି ରଣା କିଭଳି ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହା ବର୍ଣ୍ଣନା କରିଥିଲେ । ବିଭିନ୍ନ ଗ୍ରାମରୁ ବହୁସଂଖ୍ୟକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.