ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ତେନ୍ତୁଲିଖୁଣ୍ଟି : ତେନ୍ତୁଲିଖୁଣ୍ଟି ବ୍ଲକର ଲକଡୀ ପାଲାର ଆଦର୍ଶ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି, ସମ୍ମାନୀୟ ଅତିଥି ଜିଲ୍ଲା ପରିଷଦ ସଭ୍ୟା କୃଷ୍ଣ ମଞ୍ଜୁରୀ ବିଷୋୟୀ, ବିଇଓ ସମରେନ୍ଦ୍ର ଭ୍ୟାମିକ, ଏ ବିଇଓ ମଧୁସୂଦନ ବାଘ, ଭାଇସ ଚେୟାରମ୍ୟାନ ରାଜେନ୍ଦ୍ର ବିଷୋୟୀ, ମୁଖ୍ୟ ବକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡାକ୍ତର ପ୍ରଦୀପ ମିଶ୍ର, ଆଦର୍ଶ ବିଦ୍ୟାଳୟର ପ୍ରିନ୍‌ସିପାଳ ଅବିନାଶ ସାହୁ, ଶିକ୍ଷକ ସଂଘର ସଭାପତି କ୍ଷେତ୍ର ମୋହନ ବିଷୋୟୀ ଯୋଗ ଦେଇଥିଲେ । ପ୍ରଥମେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଏହି ବିଜ୍ଞାନ ମେଳାରେ ବ୍ଲକର ୯୩ ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ଏଥିରେ ୬ ଟି ପ୍ରକଳ୍ପ ଉତ୍ତୀର୍ଣ୍ଣ ହୋଇଛି । ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.