ଆମ ଆଦମୀ ପାର୍ଟି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଜଳେଶ୍ୱର : ଗୋବରଘଟା ପଂଚାୟତର ଆନନ୍ଦ ପ୍ଳାଜା ହୋଟେଲ ପରିସରରେ ଆପ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ମଲ୍ଲିକ ଦିଲ୍ଲୀ ଓ ପଞ୍ଜାବ ଭଳି ରାଜ୍ୟରେ ଆପ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପନୀୟ ଜଳ ପ୍ରଭୃତି ମାଗଣାରେ ଜନସାଧାରଣଙ୍କୁ ଯୋଗାଇ ପାରୁଥିବା ବେଳେ ଓଡ଼ିଶାର ତାହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ବୋଲି ସେ କହିଥିଲେ । ଆପ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସଭାପତି ଅରୁଣ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବସ୍ତା ନିର୍ବାଚନ ମଣ୍ଡଳୀ ନେତା ସରୋଜ ରାଉତ, ପୂର୍ବତନ ସମିତି ସଭ୍ୟା ଅଶୋକ ଦାସ, ମହିଳା ନେତ୍ରୀ ଉଜ୍ୱଳା ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଯୁବ ସମାଜସେବୀ ଆଦିକନ୍ଦ ଦାସ ଅଧିକାରୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଶେଷରେ ମିଡିଆ ପ୍ରଭାରୀ ସମର କରଣ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳାକାନ୍ତ ମହାପାତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରିବାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ଆପରେ ଯୋଗଦେଇଥିଲେ ।

Leave A Reply

Your email address will not be published.