oom

ରାଜସୁନାଖଳା ମହୋତ୍ସବ ‘କାଉଁରୀ’ର ଚତୁର୍ଥ ସନ୍ଧ୍ୟା : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

jsmm

ରାଜସୁନାଖଳା/ରଣପୁର : ରାଜସୁନାଖଳା ମହୋତ୍ସବ “କାଉଁରୀ” ର ରବିବାର ଥିଲା ଚତୁର୍ଥ ସନ୍ଧ୍ୟା । ଏହି ସଂନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ରାୟଗଡାର ସମ୍ବଲପୁରୀ ମେଲୋଡି ଓ ମୟୁରଭଞ୍ଜରୁ ଆସିଥିବା କଳାକାରଙ୍କ ଦ୍ୱାରାରା ମାଲ ଖମ୍ବା ଓ ଲୋକ ନୃତ୍ୟ ସାଥୀକୁ ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କ ଦ୍ୱାରା ଓଡିଶୀ, ମଡ଼ର୍ଣ୍ଣ ଡ୍ୟାନସ, ସୋଲୋ ଡ୍ୟାନସ, ସମ୍ଭଲପୁରୀ ନୃତ୍ୟ ପରିବେଷଣ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ସେହିପରି ଅପରାହ୍ନରେ ପିଲାମାନଙ୍କ ପାଇଁ କୁଜଜ କାର୍ଯ୍ୟକ୍ରମ ପରେ ଦଣ୍ଡନାଚ ପରିବେଷଣ ପୁରୁଣା ସଂସ୍କୃତିକୁ ଉଦ୍‌ଜୀବିତ କରିଥିଲା । ମୁକ୍ତାକାଶ ମଞ୍ଚ ରେ ମହୋତ୍ସବର ଚତୁର୍ଥ ସାଧାରଣ ସଭାରେ ଅଧ୍ୟକ୍ଷ୍ୟ ଆର୍ତ୍ତତ୍ରାଣ ପ୍ରଧାନଙ୍କ ପୌରହିତ୍ୟ କରିଥିଲେ । ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ଏବଂ ବିବରଣୀ ପାଠ କରିଥିଲେ । ଆୟୋଜକ କମିଟି ପକ୍ଷରୁ ପ୍ରଦୀପ କୁମାର ରଣା ଅତିଥି ପରିଚୟ ପ୍ରଦାନ ଏବଂ ସଂଯୋଜନା କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ, ପ୍ରାକ୍ତନ ବୋଲଗଡ଼ ବ୍ଲକ ଅଧ୍ୟକ୍ଷ୍ ରଘୁନାଥ ଷଡ଼ଙ୍ଗୀ, ବ୍ୟଙ୍ଗ କବି ବ୍ରଜ ବିହାରୀ ସୁବୁଦ୍ଧି, ସାମ୍ବାଦିକ ବଳରାମ ଲେଙ୍କା, ଅଭିନେତ୍ରୀ ଶୀତଲ, ଓରମାସ, ସହ ନିର୍ବାହୀ ଅଧିକାରୀ ନଟବର ସ୍ୱାଇଁ, ସମାଜସେବୀ ଜଗନ କୁମାର ନାୟକ, ଶିବରାମ ମହାପାତ୍ର, ଦେବୀ ପ୍ରସାଦ ସାମନ୍ତରାୟ, ଦୁର୍ଗାଚରଣ ଦାଶ, ଶିଶିର କୁମାର ସାହୁ, ରବିନ୍ଦ୍ର ରାଉତ, ପ୍ରଦୀପ କୁମାର ସାମଲ ପ୍ରମୁଖ ମଂଚାସୀନ ହୋଇ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରାଦର୍ଶିତା ହାସଲ କରିଥିବା କୃତି ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

jittmm
Leave A Reply

Your email address will not be published.