jsm

ଆଦିବାସୀ ପାଳିଲେ ସଂଗ୍ରାମୀ ସହିଦ ତାମାଦୋରା ବାର୍ଷିକ ଉତ୍ସବ

csstore

ମାଲକାନଗିରି : ଆଦିବାସୀମାନେ ଆଡ଼ମ୍ବର ସହ ପାଳିଛନ୍ତି ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ତାମା ଦୋରାଙ୍କ ବାର୍ଷିକ ଉତ୍ସବ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଆମ୍ବାଗୁଡା ଆଦିବାସୀ ଗ୍ରାମରେ ଥିବା ସହିଦ ତାମ୍ମା ଦୋରା ଆଦିବାସୀ କ୍ଲବ ପକ୍ଷରୁ ସଂଗ୍ରାମୀ ସହିଦ ତାମା ଦୋରାଙ୍କ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ପୁର୍ବତନ ବିଧାୟକ ମାନସ ମାଡକାମି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ଟାଙ୍ଗୁଲ, କାଲିମେଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଭାଷିନୀ ସୋଡ଼ି, ସାଂସଦ ପ୍ରତିନିଧି କାଲିମେଳା ଇ. ଭେଙ୍କଟ ରାଓ, ସାଂସଦ ପ୍ରତିନିଧି ଖୋଇରପୁଟ ଜଗନାଥ ମାଝୀ, କାଲିମେଳା ବ୍ଲକ ସଭାପତି ସରତ ବିଶ୍ୱାଳ, ସରପଞ୍ଚ କାଲିମେଳା ପୃଥିବୀ ରାଜ ମାଝୀ, ସୁନୀଲ ସାହୁ ଓ ବହୁ ବରିଷ୍ଠ ଆଦିବାସୀ ନେତାଙ୍କ ସହ ବିଭିନ୍ନ ଅଞ୍ଚଳରୁ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ସହିଦ ତାମା ଦୋରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ ।

yuvodaya
Leave A Reply

Your email address will not be published.