ବ୍ରହ୍ମପୁର, (କେପିଏନ୍ଏସ୍) : ବ୍ରହ୍ମପୁର ସହରରେ ଥିବା ନର୍ସିଂହୋମରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଉପଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ ମିଳିତ ଭାବେ ଚଢ଼ାଉ କରିଥିବା ଜଣାପଡିଛି । ନର୍ସିଂହୋମରେ ବିଭିନ୍ନ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି, ବିଏମ୍ସି କମିଶନର ଜେ ସୋନାଲ ଓ ଜିଲ୍ଲା ମେଡିକାଲ ଅଫିସର ପିତାମ୍ବର ବେହେରା ଟିମ୍ ସହ ବିଭିନ୍ନ ନର୍ସିଂହୋମରେ ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିଛନ୍ତି । କେତେ ଶଯ୍ୟାର ନର୍ସିଂହୋମ ଓ କେତେ ରୋଗୀ ଅଛନ୍ତି ଯାଞ୍ଚ କରାଯାଇଛି । ୨୪ ଘଣ୍ଟିଆ ମେଡିକାଲ ଅଫିସର ଅଛନ୍ତି କି ନାହିଁ ମଧ୍ୟ୍ୟ ଦେଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ କେତେ ରୋଗୀ ଚିକିତ୍ସିତ ହୋଇଛନ୍ତି ତାହା ମଧ୍ୟ ଟିମ ତଦନ୍ତ କରୁଥିବା ଜଣାପଡ଼ିଛି ।
Prev Post