ବିପର୍ଯ୍ୟୟର ମାତ୍ରା ହ୍ରାସ କ୍ଷେତ୍ରରେ ‘ସାମାଜିକ ଲିଙ୍ଗ’ର ବିକେନ୍ଦ୍ରୀକରଣ ଭିତ୍ତିକ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ‘ୟୁଏନଏଫପିଏ’ ଏବଂ ବ୍ରହ୍ମପୁରର ଅଗ୍ରଣୀ ପ୍ରେମ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳା ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଡ଼ିଆରଡ଼ିଏଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି ଏବଂ ଲିଙ୍ଗୀୟ ଭେଦଭାବ ଶୂନ୍ୟ ସମାଜ ଉପରେ ଆଲୋଚନା ହୋଇଥିଲା । ଉକ୍ତ କର୍ମଶାଳାରେ ମଞ୍ଚାସୀନ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ ପ୍ରିୟରଞ୍ଜନ ପୃଷ୍ଟି, ସମ୍ମାନିତ ଅତିଥି ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଗଞ୍ଜାମ, ଅରଣ୍ୟକ ମିଶ୍ର, ସାମାଜିକ ଲିଙ୍ଗ (ଜେଣ୍ଡ)ର ବିଶେଷଜ୍ଞ, ଓଏସ୍‌ଡିଏମ୍‌ଏ, ଶ୍ରୀମତୀ ଚୟନୀକା ମିଶ୍ର, ପରାମର୍ଶଦାତା, ୟୁଏନଏଫପିଏ, ମେଘନାଦ ବେହେରା, ବରିଷ୍ଠ ପରାମର୍ଶଦାତା, ଓଏସ୍‌ଡିଏମ୍‌ଏ, ଅବନିକାନ୍ତ ଭୂୟାଁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଗଞ୍ଜାମ, ଓଏସ୍‌ଡିଏମ୍‌ଏ ଏବଂ ନରେନ୍ଦ୍ର ପଟ୍ଟନାୟକ, ପ୍ରେମ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ୪୦ ଜଣ ସରକାରୀ ମୁଖ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ଓଡିଶାରେ ପ୍ରଥମେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲି ପଞ୍ଚାୟତରେ ପାଇଲଟ ଆଧାରରେ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ଓଡିଶାର ଅନ୍ୟ ୫ ଗୋଟି ଉପକୂଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରିବା ଯୋଜନା ରହିଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରେମ ଅନୁଷ୍ଠାନର ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ସୁବୋଧ ନାୟକ, ଏନ୍ ରବିଗୋପାଳ ରାଓ ଓ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.