csstore

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ଦେଶ ପ୍ରବଳ ଶୀତ ପାଇଁ ଥରୁ ଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହି ଶୀତକୁ ଆଖି ଆଗରେ ରଖି ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ କରାଯାଉଛି । ଏହି କ୍ରମରେ ଆଜି କନ୍ଧପାଲିପଡ଼ା ପାଖକୁ ଯାଇ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ନିଜ ଆଖ ପାଖରେ ଯଦି କେହି ଏମିତି ଅସହାୟ ବ୍ୟକ୍ତି କିମ୍ବା ପରିବାର ଦେଖୁଛନ୍ତି ଯେଉଁମାନେ ଶୀତ ପାଇଁ କଷ୍ଟ ପାଉଛନ୍ତି, ସେମାନଙ୍କୁ ସାହାଯ୍ୟ କରନ୍ତୁ କିମ୍ବା ଯେଉଁଠି କମ୍ବଳ ଦରକାର ଆମକୁ ୯୩୪୮୪୨୪୨୨୮ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଏହି ଅବସରରେ ନାରୀ ଶକ୍ତି ଫାଉଣ୍ଡେସର ସଦସ୍ୟା ସରିତା ଦାଶ, ନୂତନ ଦାସ ଓ ଅଙ୍କିତା ଦାସ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.