oom

ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଭାଲୁମୁଣ୍ଡା ବରଗଛପଡା ମେହେର କ୍ଲବ ତରଫରୁ ୨୨ତମ ମା’ ମହାଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଆଜି ପୂର୍ଣ୍ଣାହୁତି ହୋଇଯାଇଛି । ଏହି ପୂଜା ଗତ ୫ ଦିନ ଧରି ଚାଲୁରହିଥିଲା । ଏହି ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନୃତ୍ୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ଗଉନ୍ତିଆ ମହିନ୍ଦ୍ର ମେହେର, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର, ନୂତନ ସରପଞ୍ଚ ପ୍ରତିନିଧି ବସନ୍ତ ମେହେର, ସମିତି ସଭ୍ୟ ପ୍ରତିନିଧି ଶ୍ୟାମ ସାହୁ, ସମାଜସେବୀ ଯୋଗିନ୍ଦ୍ର ମିଶ୍ର ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ୧୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୩ ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ପୁରସ୍କାର ୧୦ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ୭ ହଜାର ଓ ତୃତୀୟ ପୁରସ୍କାର ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମେହେର କ୍ଲବ ସଭାପତି କ୍ଷୀରସିନ୍ଧୁ ମେହେର, ସଂପାଦକ ଚିନ୍ତାମଣି ମେହେର, ପଣ୍ଡୁ ମେହେର, ଗୋବିନ୍ଦ ମେହେର, ଜଗନ୍ନାଥ ମେହେର, ଟଙ୍କ ମେହେର, ପର୍ଶୁ ମେହେର, ଅମିତ ମେହେର, ଚୈତନ୍ୟ, କାନ୍ତ, ରାଧେଶ୍ୟାମ, କିଶୋର, ରୂପେଶ, ରିଙ୍କୁ ତଥା ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.