csstore

ଲଇରପଡା ଠାରେ ବନ ବିଭାଗ ପକ୍ଷରୁ ଚଢାଉ ନେଇ ଡିଏଫ୍ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲଇରାପଡା ଠାରେ ଆଜି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୭୯ ଟି ଶାଗୁଆନ ପଟା, ଗୋଟିଏ କାଠ ସାମଗ୍ରୀ ତିଆରି ମେସିନ, ଗୋଟିଏ ଟାଙ୍ଗିଆ ସହ ଗୋଟିଏ ବାଇକ୍ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଡିଏଫ୍ଓ ନୀତିଶ କୁମାର ସୂଚନା ଦେଇଛନ୍ତି । ଗିରଫ ୩ ଜଣ ଅଭିଯୁକ୍ତ ମାନେ ହେଲେ ନରେନ୍ଦ୍ର ବନଛୋର, ଦଶରଥ ପ୍ରଧାନି ଏବଂ ବ୍ରଜ ମାଝୀ । ତେବେ ଏହି ଚଢାଉରେ ବଙ୍ଗୋମୁଣ୍ଡାର ବନ ବିଭାଗ କର୍ମଚାରୀ ମାନେ ସାମିଲ ଥିଲେ । ଏଥିପାଇଁ କର୍ମଚାରୀ ମାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ଡ଼ିଏଫ୍‌ଓ ନୀତିଶ କୁମାର ।

jayashree

Comments are closed, but trackbacks and pingbacks are open.