ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟରର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୋଲିସ ପଡିଆ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଗଞ୍ଜାମ ଏସ୍‌ପି ଶ୍ରୀ ରାଏ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଖେଳକୁଦର ଆବଶ୍ୟକତା ଏହା ଚରିତ୍ର ଗଠନରେ ସହାୟତା ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ପ୍ରସିଦ୍ଧ ବଡି ବିଲ୍ଡର ବଲାଲ ଖାନ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଇ.ଲଲିତ କୁମାର ସମସ୍ତ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଅନିଲ କୁମାର ନାୟକ, ଏ ବାସୁଦେବ, ନୀଳାଞ୍ଚଳ ବେହେରା, କାଳୀ ପ୍ରସାଦ ମହାର୍ଥ, ସୁଧାଂଶୁ ଭୂଷଣ ପାଢୀ, ତପୁନ ପାତ୍ର, ସୁନିଲ କୁମାର ସାହୁ, ଦେବବ୍ରତ ସାହୁ, ଶ୍ରୀନୁ ଆଚାରୀ, ସରୋଜ କୁମାର ପାଣିଗ୍ରାହୀ, ଶିକ୍ଷୟତ୍ରୀ ସୁନାଲି ତ୍ରିପାଠୀ, ଶୁଭସ୍ମୀତା ପାଣିଗ୍ରାହୀ, ଶୁଭଶ୍ରୀ ପରିଡା, ସହାୟିକା ସୁଦେଷ୍ଟା ବେହେରା ଓ ରୀନା ରେଡ୍ଡୀ ସହଯୋଗ କରିଥିଲେ ।

Leave A Reply

Your email address will not be published.