ଡେଲାଙ୍ଗରେ କ୍ରୀଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୩ରେ ଆୟୋଜିତ ହେବାକୁ ଥିବା ମେନ୍ସ ହକି ବିଶ୍ଵ କପକୁ ସଫଳ କରିବା ଲକ୍ଷ୍ୟ ନେଇ ପଂଚାୟତିରାଜ ଓ ପାନୀୟ ଜଜ ବିଭାଗର ନିର୍ଦ୍ଦେଶ ଅନୁସାରେ ଗୁରୁବାର ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରିଡା ପ୍ରସ୍ତୁତି ବୈଠକରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ମଣ୍ଡଳ ସହ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରତିକାନ୍ତ ସାହୁ, ବ୍ଲକ ସହାୟକ ଯନ୍ତ୍ରୀ ରାଜେଶ୍ଵର ମହାରଣା, କ୍ରୀଡ଼ା ନୋଡାଲ ଅଧିକାରୀ ସୂର୍ଯ୍ୟନାରାୟଣ ଜେନା ପ୍ରମୁଖ ଯୋଗଦେଇ ଡେଲାଙ୍ଗରେ କ୍ରୀଡ଼ା ମହୋତ୍ସବକୁ କିଭଳି ପଞ୍ଚାୟତ ଓ ବ୍ଲକ ସ୍ଥରରେ ସରସ, ସୁନ୍ଦର କରିବା ନେଇ ଆଲୋଚନା ହେବା ସହ ସମସ୍ତ ପ୍ରସ୍ତୁତି ସ୍ଥିର କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ବିଭାଗୀୟ ଅଧିକାରୀଙ୍କ ସମେତ ବ୍ଲକର ୨୧ଟି ଗ୍ରାମ ପଂଚାୟତର ସରପଞ୍ଚ, ପିଈଓ, ଜିଆର୍‌ଏସ୍‌ ସହ ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଆର୍ତ୍ତତ୍ରାଣ ମହାନ୍ତି, କ୍ରୀଡ଼ା ଶିକ୍ଷକ ନଟବର ସେଠିଙ୍କ ସହିତ ସମସ୍ତ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଉପସ୍ଥିତ ଥିଲେ । ଖୋଖୋ, କବାଡି ଓ ଫୁଟବଲ ଖେଳ ହେବ । ଖୋଖୋ, କବାଡ଼ି ପ୍ରତିଯୋଗିତାରେ ଉଭୟ ବାଳକ ବାଳିକା ଭାଗ ନେଇପାରିବେ ଓ ଫୁଟବଲ ଖେଳରେ କେବଳ ବାଳକ ମନେ ଅଂଶ ଗ୍ରହଣ କରିବେ । ପଞ୍ଚାୟତ ସ୍ତରରେ ଯେଉଁମାନେ ଭଲ ଖେଳ ପ୍ରଦର୍ଶନ କରିବେ ସେମାନେ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଭାଗ ନେବେ । ଡିସେମ୍ବର ୧୮ରେ ପଞ୍ଚାୟତସ୍ତିୀୟ କ୍ରୀଡ଼ା ମହୋତ୍ସବ ପାଇଁ ସ୍ଥାନୀୟ ସରପଞ୍ଚ, ପିଈଓ, ଜିଆର୍‌ଏସ୍‌ ଓ ଶାରୀରିକ ଶିକ୍ଷକଙ୍କୁ ଦାୟିତ୍ଵ ଦିଆଯିବା ସହ ଆସନ୍ତା ୯ ଜନୁୟାରୀ ୨୦୨୩ରେ ବ୍ଲକସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ବିଡିଓ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ଶେଷରେ ଏବିଈଓ ଯୁଧିଷ୍ଠିର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.