oom

ପଞ୍ଚାୟତ ଭବନ ଓ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

jsmm

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ଘଟକୂଦି ପଞ୍ଚାୟତରେ ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ପଞ୍ଚାୟତ ଭବନ ଓ କଲ୍ୟାଣ ମଣ୍ଡପ, ଘଟକୂଦି ସେତୁ ଛକରୁ ଚାଇଗେଣିଆ ଗ୍ରାମ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରତ୍ନଚିରା ଡାହାଣ ପାର୍ଶ୍ୱରାସ୍ତାର ଉନ୍ନତି କରଣ ଏବଂ କୃଷ୍ଣଶରଣପୁର ଗ୍ରାମଠାରୁ ମା’ ଉତ୍ତରାୟଣୀ ପିଠ ପର୍ଯ୍ୟନ୍ତ ଜଳ ସମ୍ପଦ ବିଭାଗ ଦ୍ଵାରା କୁରୁଣ୍ଟି କେନାଲ ଡାହାଣ ପାର୍ଶ୍ୱରାସ୍ତାର ଉନ୍ନତି କରଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି । ସେହିପରି ରାଏବିଧାର ପଞ୍ଚାୟତ ଗସ୍ତକରି ପଞ୍ଚାୟତ ଭବନ ଓ ବ୍ୟାଙ୍କ ଗୃହ ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ ଓ ସମ୍ମାନୀତ ଅତିଥି ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ଘଟକୂଦି ସରପଞ୍ଚ ଆଲୋକ କୁମାର ବିଶ୍ୱାଳ, ସମିତି ସଭ୍ୟ ରାକେଶ କୁମାର ଭଟ୍ଟ, ରାଏବିଧାର ସରପଞ୍ଚ କୁନିମଣି ଫାରକ ଓ ସମିତି ସଭ୍ୟ ପବିତ୍ର କୁମାର ମହାପାତ୍ରଙ୍କ ସମେତ ଦୁଇ ଗୋଟି ପଞ୍ଚାୟତର ବହୁ ବିରିଷ୍ଟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.