jsm

ଉଦଘାଟିତ ହେଲା ଜିଲ୍ଲା ଦିବ୍ୟାଙ୍ଗ ସାଧନକେନ୍ଦ୍ର, ଭିନ୍ନକ୍ଷମ ପିଲାଙ୍କୁ ସାକ୍ଷାତ କଲେ ଅତିରିକ୍ତ ଜିଲ୍ଲାପାଳ

csstore

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ବୌଦ୍ଧ ପକ୍ଷରୁ ଉଦ୍‌ଘାଟିତ ହୋଇଛି ଜିଲ୍ଲା ଦିବ୍ୟାଙ୍ଗ ସାଧନକେନ୍ଦ୍ର । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପରେ ଏଠାକାର ସମସ୍ତ ସ୍ଥାନ ବୁଲି ଦେଖିଥିଲେ । ଏଠାରେ ଥିବା ଭିନ୍ନକ୍ଷମ ପିଲାମାନଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ଅତିରିକ୍ତ ଜିଲ୍ଲାପାଳ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ, ସମଗ୍ର ଶିକ୍ଷା, ବୌଦ୍ଧର ହରିଶଙ୍କର ଦଣ୍ଡସେନା, ବରିଷ୍ଠ ବୈଷୟିକ ପରାମର୍ଶଦାତା ସଙ୍ଗୀତା ସାହୁ ଏବଂ ପରେଶ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବୌଦ୍ଧଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.