jsm

ସାନ ମହେଶ୍ୱର ଗ୍ରାମରେ ଧାନ ମଣ୍ଡିର ଶୁଭାରମ୍ଭ

csstore

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ଗ୍ରାମରେ ଆଜି ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଏହି ମଣ୍ଡିକୁ ସାନ ମହେଶ୍ୱର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଅମ୍ବିକା ତ୍ରିବେଦୀ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ ଆଲ୍ଲାଦିନୀ ବେହେରା, ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ତଥା ସାନ ମହେଶ୍ୱର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଗୌତମ ତାଣ୍ଡି, ଗୌତମ ମୁଣ୍ଡ, ଦଶମୁ ବେହେରା, ଜଗତ ରାମ ଶବର, ସମାଜ ସେବୀ ପୁସ୍ତମ ତାଣ୍ଡି, ପୁରୁନ ତାଣ୍ଡି, ଏସ୍‌ଏଚ୍‌ଜି ଗୃପର ସଦସ୍ୟାମାନେ, ଆର୍‌ଏମ୍‌ସିର କର୍ମଚାରୀ ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.